May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ

    Share on :
    Date: May 1, 2018    Views: 3509

    ଭୁବନେଶ୍ୱର : ଆଇଏଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି  । ଉଚ୍ଚଶିକ୍ଷା ବିଭାଗ ଏସିଏସ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି  । ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି  । ଶ୍ରୀ ସେଠୀ ନିଜ ଦାୟିତ୍ୱ ସହ ସ୍ୱତନ୍ତ୍ର ରିଲିଫ କମିଶନର ଓ ଏମଡ଼ି ଓସଡ଼ମାର ଅତିରିକ୍ତ ଦାୟିତ୍ୱ ତୁଲାଇବେ  । କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବଙ୍କୁ ପର୍ଯ୍ୟଟନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେ ଏହି ଦାୟିତ୍ୱ ସହ ଓଏଚପିସିର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ  । ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ସଚିବ ପୁରୁଷୋତମ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଥିବା ଗୋସ୍ୱାମୀ ଗୋଲାମ ଦେବତାଙ୍କୁ ଆଇଜିଆର ଓଡ଼ିଶା ଭାବେ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭି ଜୟକୁମାରଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ଭାବେ ଧର୍ମଗଡ଼ର ଉପ ଜିଲ୍ଲାପାଳ ଡକ୍ଟର ୟେଦୁଲ୍ଲା ବିଜୟଙ୍କୁ ଘରୋଇ ବିଭାଗର ଅନୁସଚିବ ଭାବେ, ଯୋଗାଣ ବିଭାଗର ପରିଚାଳନା ନିଦେ୍ର୍ଧଶକ ନିରଞ୍ଜନ ନାୟକଙ୍କୁ ଏମଡ଼ି ଓଏଲଆଇସି ଭାବେ, ଓଡ଼ିଶା ଷ୍ଟେଟ ୱେୟାର ହାଉସିଂର ପରିଚାଳନା ନିଦେ୍ର୍ଧଶକ ସରୋଜ ସାମଲଙ୍କୁ ଯୋଗାଣ ନିଗମର ପରିଚାଳନା ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରାଯାଇଛି  । ଏହା ସହ ତାଙ୍କୁ ଓଡ଼ିଶା ଷ୍ଟେଟ ୱେୟାର ହାଉସିଂର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook