Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅନୁଗୁଳ ଡାକ୍ତରଖାନାରେ ପିଲା ଚୋରି ଅଭିଯୋଗ

    Share on :
    Date: May 1, 2018    Views: 263

    ଭୁବନେଶ୍ୱର : ଅନୁଗୁଳ ଡାକ୍ତରଖାନା ପରିସରରେ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଛି  । ଏନେଇ ମହିଳା ଜଣଙ୍କ ଥାନାରେ ଏତଲା ଦିଆଯାଇଥିବାବେଳେ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି  ।
    ମିଳିଥିବା ସୂଚନାନୁସାରେ ଗତକାଲି ରାତିରେ ଅନୁଗୁଳ ଡାକ୍ତରଖାନାକୁ ଜଣେ ଗର୍ଭବତୀ ମହିଳା ଚେକଅପ୍ ପାଇଁ ଆସିଥିଲେ  । ତେବେ ଡାକ୍ତର ଚେକଅପ୍ କରିବା ପରେ ଇଞ୍ଜେକ୍ସନ ଦେଇଥିଲେ  । ଇଞ୍ଜେକ୍ସନ ନେବା ପରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା  । ନିକଟରେ ଥିବା ଜଣେ ସ୍ୱିପର ତାଙ୍କୁ ସାହାଯ୍ୟ କରିବା ଆଳରେ ନିକଟସ୍ଥ କ୍ୱାର୍ଟରର ଏକ କୋଠରୀକୁ ନେଇ ଯାଇଥିଲେ  । ସେଠାରେ ମହିଳା ଜଣଙ୍କ ଶିଶୁ ପୁତ୍ରକୁ ଜନ୍ମଦେବା ପରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଚେତାଶୂନ୍ୟ ହୋଇପଡ଼ିଥିଲେ  । ତେବେ ଚେତା ଫେରିବା ପରେ ସେ ଶିଶୁପୁତ୍ରଙ୍କୁ ପାଇନଥିଲେ  । ସ୍ୱିପର ଜଣଙ୍କ ତାଙ୍କ ପୁଅକୁ ଚୋରି କରି ନେଇଥିବା ସେ କହିଛନ୍ତି  । ଅପରପକ୍ଷରେ ମହିଳା ଜଣଙ୍କ ଏକାକୀ ଆସିଥିବାବେଳେ ପରେ ପରିବାରବର୍ଗ ଓ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ  । ଖବର ପାଇ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଖୋଜାଖୋଜି କରିଥିଲେ ମଧ୍ୟ ପିଲାକୁ ପାଇନଥିଲେ  । ଆଜି ସକାଳୁ ସଂପୃକ୍ତ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି  । ତାଙ୍କ ଘର ଜରପଡ଼ା ବଡ଼ହିଂସ ଗାଁ ହୋଇଥିବାବେଳେ ତାଙ୍କ ନାଁ ସୌଭାଗିନୀ ବେହେରା ବୋଲି ଜାଣିବାକୁ ମିଳିଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook