Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମୋବାଇଲ ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

    Share on :
    Date: Apr 30, 2018    Views: 1457

    ଭୁବନେଶ୍ୱର : ମୋବାଇଲ ବିସ୍ଫୋରଣରେ ଜଣେ ଛାତ୍ରଙ୍କ ଆଖି ନଷ୍ଟ ହୋଇଥିବାବେଳେ ବ୍ୟାଟେରୀ ବିସ୍ଫୋରଣ ହେବାରୁ ୪ ଶିଶୁ ଆହତ ହୋଇଛନ୍ତି  । ମିଳିଥିବା ସୂଚନାନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କଲିମାଟି ଗାଁର ଜଣେ ୮ମ ଶ୍ରେଣୀର ଛାତ୍ର ମୋବାଇଲକୁ ଚାର୍ଜରେ ବସାଇଥିଲେ  । ତେବେ ଚାର୍ଜରେ ବସାଇବା ବେଳେ ହଠାତ୍ ମୋବାଇଲଟି ବିସ୍ଫୋରଣ ହୋଇଥିଲା  । ବିସ୍ଫୋରଣ ଯୋଗୁଁ ଉକ୍ତ ଛାତ୍ରଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି  ।

    ବ୍ରହ୍ମପୁରରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ୪ ଜଣ ଶିଶୁ ମୋବାଇଲ ବ୍ୟାଟେରୀ ବ୍ୟବହାର କରି ଏଲଇଡ଼ି ଲାଇଟ ଜଳାଉଥିବାବେଳେ ବ୍ୟାଟେରୀଟି ଫାଟି ଯାଇଥିଲା  । ଫଳରେ ୪ ଜଣ ଶିଶୁ ଆହତ ହୋଇଥିବା ଜାଣିବାକୁ ମିଳିଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook