May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଉଷସୀ ମିଶ୍ର ଅସଦାଚରଣ ଘଟଣା : ବାପପୁଅ ଅଟକ

    Share on :
    Date: Apr 30, 2018    Views: 1209

    ଭୁବନେଶ୍ୱର : ଚଳଚ୍ଚିତ୍ର ନାୟିକା ତଥା ଯାତ୍ରାଜଗତର ବହୁ ଜଣାଶୁଣା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ମାମଲାରେ ପୁଲିସ ଅଭିଯୁକ୍ତ ଇନ୍ଦ୍ରମଣୀ ସାହୁ ଓ ତାଙ୍କ ପୁଅକୁ ଅଟକ ରଖିଛି  । ଉଭୟଙ୍କୁ ପୁଲିସ ପଚରାଉଚରା କରୁଥିବାବେଳେ ଗିରଫ କରାଯିବ ବୋଲି ଜାଣିବାକୁ ମିଳିଛି  । ପୂର୍ବରୁ ଇନ୍ଦ୍ରମଣୀଙ୍କ ଡ୍ରାଇଭରକୁ ଗିରଫ କରାଯାଇଥିଲା  ।

    ଗତ ୨୨ରେ ଉଷସୀ ମିଶ୍ରଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବାବେଳେ ୨୩ରେ ସେ ଏତଲା ଦେଇଥିଲେ  । କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବହୁ ବିଳମ୍ବ କରିଦେଇଥିଲା  । ଫଳରେ ଉଷସୀ ସାମ୍ବାଦିକ ସମ୍ମିଳନୀ କରିବାକୁ ବାଧ୍ୟ ହୋଇଥିଲେ  । ଅପରପକ୍ଷରେ ଇନ୍ଦ୍ରମଣି ସାହୁ ତାଳଚେର ଏସଡିଜେଏମ କୋର୍ଟରେ ଉଷସୀଙ୍କ ନାଁରେ ମଧ୍ୟ ଅଭିଯୋଗ କରିଥିଲେ  । ଉଷସୀ ମିଶ୍ର ତାଙ୍କୁ ମାଡ଼ ମାରିବା ସହ ତଳେ ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । 

    ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା କଣିହାଁ ଥାନା ଡେରଙ୍ଗା ଗ୍ରାମରେ ଇଷ୍ଟର୍ଣ୍ଣ ବ୍ଲୁ ଅପେରା ଯାତ୍ରା ଚାଲିଥିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ବହୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ବୋଲି ଉଷସୀ ଅଭିଯୋଗ କରିଥିଲେ । ସେଥିରେ ସହିନପାରି ଉଷସୀ ତାଙ୍କୁ ଚାପୁଡ଼ା ମାରିଥିଲେ । ଇନ୍ଦ୍ରମଣି ମଧ୍ୟ ଉଷସୀଙ୍କୁ ମାଡ଼ ମାରିଥିଲା । କିଛି ସମୟ ପରେ ଇନ୍ଦ୍ରମଣି ତାଙ୍କର ଦୁଇ ପୁଅ ସହିତ ଆସି ପୁଣି ଗଣ୍ଡଗୋଳ କରିଥିଲା । ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଉଲଗ୍ନ କରି ଧର୍ଷଣ କରିବା ସହିତ ସୁଟିଂ କରିବେ ବୋଲି ଧମକ ଦେଇଥିବା ଉଷସୀ ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ପୁଲିସ୍ରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା  । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଉଷସୀ । ଏଥିସହିତ ଯଦି ଆଗାମୀ ଦିନରେ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆନଯାଏ ତେବେ ସେ ଯାତ୍ରା ପାର୍ଟିରେ ଅଭିନୟ କରିବେ ବୋଲି ନାହିଁ ବୋଲି ଘୋଷଣା କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook