Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାହୁଲଙ୍କୁ ବିରୋଧ କରୁଛନ୍ତି କି ଶ୍ରୀକାନ୍ତ?

    Share on :
    Date: Apr 30, 2018    Views: 6595

    ଭୁବନେଶ୍ୱର : କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ  । ତାଙ୍କୁ ବିରୋଧ କରିବାର ଜୁ’ ବା କାହାର  । ହେଲେ ଓଡ଼ିଶା ପାଇଁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଯେଉଁ ଫର୍ମୂଲା ତିଆରି କରିଛନ୍ତି ତାହା ଯଦି ନିରିଖେଇ ଅନୁଶୀଳନ କରାଯାଏ ତେବେ ପରୋକ୍ଷରେ ସେ ମଧ୍ୟ ରାହୁଲଙ୍କୁ ବିରୋଧ କରୁଛନ୍ତି ବୋଲି କୁହାଯାଇପାରିବ  । ଏକଥା ଆମେ କହୁନୁ, ଖୋଦ୍ କଂଗ୍ରେସ ଅଳିନ୍ଦରେ ଏମିତି ରୋଚକ ଚର୍ଚ୍ଚା ଶୁଣିବାକୁ ମିଳୁଛି  । ଶ୍ରୀକାନ୍ତ ଜେନାଙ୍କ ଓବିସି ମୁଖ୍ୟମନ୍ତ୍ରୀ, ଏସସି ଏସଟି ଉପମୁଖ୍ୟମନ୍ତ୍ରୀ ଫର୍ମୂଲାକୁ ନେଇ ଏବେ କଂଗ୍ରେସରେ ଜୋରଦାର ଚର୍ଚ୍ଚା  । ସୋସିଆଲ ମିଡ଼ିଆରେ ଶ୍ରୀକାନ୍ତଙ୍କୁ ଚକ୍ରାନ୍ତକାରୀ ବୋଲି ସଜେଇ ଦେଇଛନ୍ତି କଂଗ୍ରେସ କର୍ମୀ  । ଏମିତିକି କେହିକେହି ତାଙ୍କୁ କଂଗ୍ରେସରୁ ତୁରନ୍ତ ବିଦା କରାଯାଉ ବୋଲି ଦାବି କରୁଛନ୍ତି  । ଦଳୀୟ ବିଧାୟକ ଓ ବରିଷ୍ଠ ନେତାମାନେ ତାଙ୍କ କଥାକୁ ହସରେ ଉଡ଼ାଇ ଦେଇଛନ୍ତି  । କିଏ କହୁଛନ୍ତି ମାନିଫେଷ୍ଟୋ କମିଟି ବୈଠକ ବସିନଥିବାବେଳେ ଶ୍ରୀକାନ୍ତ ଆଗଚଲା କାହିଁକି ହୋଇପଡ଼ୁଛନ୍ତି ତ ଆଉ କିଏ ନଈ ନଦେଖି ଲଙ୍ଗଳା ହେବାର ମାନେ ପଚାରୁଛନ୍ତି  । ଦଳ ଭିତରେ ଶ୍ରୀକାନ୍ତଙ୍କ ଫର୍ମୂଲାକୁ ନେଇ ହସ ରୋଷ ଦେଖିବାକୁ ମିଳୁଥିବାବେଳେ କଂଗ୍ରେସର ଜଣେ ଯୁବ ନେତା ଆମକୁ ଭଲ କଥାଟିଏ କହିଛନ୍ତି  । ଶ୍ରୀକାନ୍ତ ଯେଉଁ ଫର୍ମୂଲା ଓଡ଼ିଶା ପାଇଁ ତିଆରି କରିଛନ୍ତି ସମାନ ଫର୍ମୂଲା ଯଦି ଦିଲ୍ଲୀ ଚଉକି କ୍ଷେତ୍ର ପାଇଁ ଲାଗୁ କରାଯାଏ ତେବେ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବିରୋଧ କରୁଛନ୍ତି  । ଯଦି ଓଡ଼ିଶାରେ ଓବିସି ଓ ଏସଇବିସି ଅଧିକ ବୋଲି ମୁଖ୍ୟମନ୍ତ୍ରୀ ସେହି ବର୍ଗର ହେବେବୋଲି ଶ୍ରୀକାନ୍ତ ଯୁକ୍ତି ବାଢ଼ୁଛନ୍ତି ତେବେ ସମାନ ନିୟମରେ ରାହୁଲ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ  । ଏତେ ଦିନ ରାଜନୀତି ପରେ ବି ଶ୍ରୀକାନ୍ତ ଗୋଟିଏ କଥା ବୁଝିପାରିଲେନି  । ଓଡ଼ିଶାର ଭୋଟର କେଉଁ ଜାତିର ନେତା ନେତୃତ୍ୱ ନେଉଛନ୍ତି ତାଙ୍କୁ ଦେଖି ଭୋଟ୍ ଦିଅନ୍ତି ନାହିଁ  । ବରଂ କିଏ ନେତୃତ୍ୱ ନେଉଛନ୍ତି ସେହି ଆଧାରରେ ଭୋଟ ଦେଇଥା’ନ୍ତି  । ସମ୍ପ୍ରତି ନିରଞ୍ଜନ ହିଁ ପିସିସି ସଭାପତି ହୁଅନ୍ତୁ ବୋଲି ତୃଣମୂଳସ୍ତରର କଂଗ୍ରେସ କର୍ମୀମାନେ ଚାହୁଁଥିଲେ  । ନିରଞ୍ଜନଙ୍କ ଉପରେ ରାହୁଲ ଆସ୍ଥା ପ୍ରକଟ କରିଥିବାବେଳେ କଂଗ୍ରେସ କର୍ମୀମାନେ ମଧ୍ୟ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି  । ତେଣୁ ଶ୍ରୀକାନ୍ତ ଘରଭଙ୍ଗା ନୀତି ଛାଡ଼ି ଘର ସଜାଡ଼ିବା ନୀତି ଆପଣାନ୍ତୁ ବୋଲି କଂଗ୍ରେସର ଜଣେ ଯୁବ ନେତା ପ୍ରକାଶ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Dala ru Bahiskar kara jau

    Subas Hota

    Apr 30, 2018

    Why u people r talking about bloody srikanta jena? He is a hepocrat. Rahulgandhi should immediately offer good bye from cong.when grass root workers r in mood to work and strengthen cong on the dynamic leadership of Niranjan babu he started disturbances. No more wrong decession pl. Rahul ji Throw him to dust bin so that useless jena will learn something.

    Nalini

    Apr 30, 2018

    ରାଜନୀତି ତଡ଼କା View all

    Find Us on Facebook