Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୧୨ ଜିଲ୍ଲାକୁ ସତର୍କ ସୂଚନା

    Share on :
    Date: Apr 28, 2018    Views: 1277

    ଭୁବନେଶ୍ୱର : ଶନିବାର ୧୨ ଜିଲ୍ଲାରେ କାଳବୈଶାଖୀର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏ ନେଇ ସତର୍କ ସୂଚନା ଜାରି କରିଛି । ରାତି ୯ଟା ପର୍ଯ୍ୟନ୍ତ ଏହି  ୧୨ଜିଲ୍ଲାରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । କାଳବୈଶାଖୀ ପ୍ରଭାବରେ ୫୦ରୁ ୬୦ କିଲୋମିଟର ବେଗରେ ବତାଶ ବୋହିବା ସହ ବର୍ଷାର ସମ୍ଭାବନା ରହିଛି  । ପାଣିପାଗ ବିଭାଗ ପକ୍ଷରୁ ଯେଉଁ ୧୨ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେ଼ଙ୍କାନାଳ, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା  ।

    Maximum 500 characters

    ଆଂଚଳିକ View all

    Find Us on Facebook