ମୁଖ୍ୟ ଖବର
ଭୁବନେଶ୍ୱର : କଂଗ୍ରେସ ସଂଗଠିତ ହେଲେ ରାଜ୍ୟ ରାଜନୀତିରେ ଏହାର କି ପ୍ରଭାବ ପଡ଼ିବ ? ଏନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିଲେ ବି ବରିଷ୍ଠ ବିଜେଡ଼ି ନେତା ଡାକ୍ତର ଦାମୋଦର ରାଉତ ଭବିଷ୍ୟବାଣୀ କରିଛନ୍ତି । କଂଗ୍ରେସ ସଂଗଠିତ ହେଲେ ବିଜେଡ଼ି କମିବ ଓ ବିଜେପିର କ୍ଷତି ହେବବୋଲି ଡାକ୍ତର ରାଉତ କହିଛନ୍ତି । ସେ କହିଲେଯେ, ବିଜେଡ଼ିର ସଂଖ୍ୟା କମି ଯାଇପାରେ । ହେଲେ କଂଗ୍ରେସ ସରକାର ଗଢ଼ିପାରିବ ନାହିଁ । ତେବେ ବିଜେପି ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବବୋଲି ସେ କହିଛନ୍ତି ।
ଡାକ୍ତର ରାଉତ କହିଛନ୍ତିଯେ, କଂଗ୍ରେସ ସଂଗଠିତ ହେଲେ ଉଭୟ ବିଜେଡ଼ି ଓ ବିଜେପି ଉପରେ ଏହାର ପ୍ରଭାବ ପଡ଼ିବ । କିନ୍ତୁ ବିଜେଡ଼ିର ବିଶେଷ କ୍ଷତି ହେବ ନାହିଁ । ଆସନ ସଂଖ୍ୟା ଟିକେ କମ୍ ହୋଇପାରେ । ସମ୍ପ୍ରତି ବିଜେଡ଼ିର ୧୧୭ ବିଧାୟକ ଥିବାବେଳେ ଯଦି କଂଗ୍ରେସ ଶକ୍ତିଶାଳୀ ହୁଏ ତେବେ ଏହି ସଂଖ୍ୟା ୧୦୦ କି ୮୫କୁ ଖସି ଆସିପାରେ ବୋଲି ସେ କହିଛନ୍ତି । ସେହିପରି ବିଜେପି ବହୁ କ୍ଷତିଗ୍ରସ୍ତ ହେବବୋଲି ସେ କହିଛନ୍ତି । ବିଜେପିର ଉତଥାନରେ ରୋକ୍ ଲାଗିବା ସହ ଅହଙ୍କାର ଭାଙ୍ଗିବ ବୋଲି ଦାମ ପ୍ରକାଶ କରିଛନ୍ତି ।
ଠିକ୍ କହିଛନ୍ତି ଦାମବାବୁ ବିଯେପିର ଅଧିକ କ୍ଷତି ହେବ କିନ୍ତୁ ବିଜେଡିର ବିଶେଷ କ୍ଷତି ହେବ ନାହିଁ।ବିଜେଡି ସାଶନ କରିବ।
ପୁରୁଖା ନେତା ହିସାବରେ ଡ଼ ରାଉତ ଆକଳନ ଠିକ୍
Comments ସମସ୍ତ ମତାମତ 7