ମୁଖ୍ୟ ଖବର
ଭୁବନେଶ୍ୱର : ୨୦୧୮ରେ ମୌସୁମୀ ସ୍ୱାଭାବିକ ରହିବ । ଚଳିତ ବର୍ଷ ୯୭% ବର୍ଷା ହେବ ବୋଲି ଆଇଏମଡ଼ି ଆକଳନ କରିଛି । ଲଗାତର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ୱାଭାବିକ ରହିବ ବୋଲି ଆଇଏମଡ଼ି ଡିଜି କେଜେ ରମେଶ କହିଛନ୍ତି । ୨୦୧୩ରେ ୧୦୬% ବର୍ଷା ହୋଇଥିବାବେଳେ ୨୦୧୪ରେ ୮୮%, ୨୦୧୫ରେ ୮୬%, ୨୦୧୬ରେ ୯୭% ଓ ୨୦୧୭ରେ ୯୮% ବର୍ଷା ହୋଇଥିଲା । ତେବେ ମୌସୁମୀ କେବେ କେରଳ ଛୁଇଁବ ମେ’ ୧୫ରେ ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯିବ ।
ଏବେ ମୌସୁମୀ ନେଇ ଆଇଏମଡ଼ି ଦୀର୍ଘମିଆଦୀ ଆକଳନ କରିଛନ୍ତି । ତେବେ ଜୁନ୍ରେ ପ୍ରକୃତ ଆକଳନ ପ୍ରକାଶ ପାଇବ ବୋଲି କୁହାଯାଇଛି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ହେଉଛି ଭାରତୀୟ କୃଷିର ଜୀବନରେଖା । ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାର ଥିବାରୁ ଚାଷୀ ମନରେ ଖୁସିର ଲହରୀ ଖେଳିଯାଇଛି ।
Comments ସମସ୍ତ ମତାମତ 0