Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶ୍ୱଶୁରଙ୍କ କ୍ଷେତରେ ବିହନ ବୁଣିବେ ଜ୍ୱାଇଁ

    Share on :
    Date: Apr 16, 2018    Views: 4630

    ଭୁବନେଶ୍ୱର : ୧୮ରେ ଅକ୍ଷୟ ତୃତୀୟା । କେଉଁଠି ବିହନ ବୁଣିବେ ବୋଲି ଜାଗା ଖୋଜିଖୋଜି ଆସି ପିସିସି ମୁଖିଆ ପ୍ରସାଦ ହରିଚନ୍ଦନ ଏବେ ପହଚିଂଛନ୍ତି ନିଜ ଶ୍ୱଶୁର ସୁର ରାଉତରାୟଙ୍କ ନିର୍ବାଚନମଣ୍ଡଳୀ ଜଟଣୀର କୁସୁମାଟିରେ । ଏହା ଦଳୀୟ ଅଳିନ୍ଦରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଏବେ ପିସିସି ସଭାପତି ପରିବର୍ତନ ନେଇ କଂଗ୍ରେସରେ ଚର୍ଚ୍ଚା ହୋଇଆସୁଛି । ତେବେ ଏଯାଏଁ ସେ ନେଇ ଦିଲ୍ଲୀରୁ କୌଣସି ସୁରାକ ମଧ୍ୟ ମିଳୁନାହିଁ । ଇତି ମଧ୍ୟରେ ପିସିସି ରାଜ୍ୟ ପ୍ରଭାରୀ ବଦଳିବା ସହ ଓଡ଼ିଶା ଦାୟିତ୍ୱରେ ଆଉ ୪ ଜଣ କଂଗ୍ରେସ ନେତାଙ୍କୁ ରାହୁଳ ଗାନ୍ଧି ନିଯୁକ୍ତ କରିଛନ୍ତି । ଫଳରେ ପୂର୍ବଭଳି ପୁଣି ପିସିସି ସଭାପତି ପରିବର୍ତନ ଚର୍ଚ୍ଚା ଚର୍ଚ୍ଚା ଭିତରେ ସୀମିତ ରହିଛି । ଅପ୍ରେଲ ୧୮ ଅକ୍ଷୟ ତୃତୀୟାରେ ଜିତେନ୍ଦ୍ର ସିଂହଙ୍କ ଓଡ଼ିଶା ଡାକି ପ୍ରସାଦ ପତିଆରା ଦେଖାଇବାକୁ ଚାହୁଁଥିଲେ । କାହିଁକି ନା ଯଦି ଅକ୍ଷୟ ତୃତୀୟାରେ ଜିତେନ୍ଦ୍ର ସିଂହ ଆସିଥାନ୍ତେ ତେବେ ବାଧ୍ୟବାଧକତାରେ କଂଗ୍ରେସର ସବୁ ଆଗଧାଡ଼ିର ନେତାଙ୍କୁ ପ୍ରସାଦଙ୍କ ସହ ହିଡ଼ ମୁଣ୍ଡରେ ଦେଖିବାକୁ ମିଳିଥାନ୍ତା । ତେବେ ଅପ୍ରେଲ ୧୯ରେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସର ବୈଠକ ହେବାର ଥିବାରୁ ଆଉ ଜିତେନ୍ଦ୍ର ସିଂହ ଆସିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । ଅନ୍ୟ କୌଣସି ସ୍ଥାନରେ ଅକ୍ଷୀ ଅନୁକୂଳ ବେଳେ ବିଭ୍ରାଟ ସୃଷ୍ଟିହେବାର ଆଶଙ୍କା ରହିଥିବାରୁ ପ୍ରସାଦ ବାଧ୍ୟ ହୋଇ ଶ୍ୱଶୁରଙ୍କ କ୍ଷେତ୍ର କୁସୁମାଟିକୁ ବାଛିଥିବା ଦଳୀୟ ଅଳିନ୍ଦରେ ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଛି । 

    Maximum 500 characters

    ଅଧିକ ମତାମତ

    ଶଶୁରଙ୍କ କ୍ଷେତରେ ଧାନ ବୁଣିଲେ ଭଲ ଅମଳ ହେବ !

    ମନୋରଞ୍ଜନ

    Apr 16, 2018

    ରାଜନୀତି ତଡ଼କା View all

    Find Us on Facebook