ମୁଖ୍ୟ ଖବର
ଗାନ୍ଧୀନଗର : ସୁରତରେ ଜଣେ ନାବାଳିକାକୁ କୁକର୍ମ କରିବା ସହ ହତ୍ୟା କରାଯାଇଛି । ବହୁ ଚର୍ଚ୍ଚିତ ନିର୍ଭୟା, ଉନ୍ନାଉ ଓ କଠୁଆ ମାମଲା ଠାରୁ ମଧ୍ୟ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ନାବାଳିକାକୁ କୁକର୍ମ କରି କାଠ ହତିଆର ସାହାଯ୍ୟରେ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଏପରିକି ହତ୍ୟା କରିବା ପୂର୍ବରୁ ଯୁବତୀ ଜଣଙ୍କୁ ୮ ଦିନ କାଳ ନିର୍ଯ୍ୟାତନା ଦିଆଯାଇଥିବା ଜାଣିବାକୁ ମିଳିଛି । ଏହି ନାବାଳିକା ଜଣଙ୍କ ଓଡ଼ିଶାର ହୋଇଥିବା କୁହାଯାଉଛି । ଗୁଜୁରାଟର ଗୃହ ମନ୍ତ୍ରୀ ପିଏସ ଜାଡେ଼ଜା ହିଁ ଏଭଳି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ସୁରତର ଓଡ଼ିଆ ବହୁଳ ଅଂଚଳ ପାଣ୍ଡେସାରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଆଜି ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛିଯେ, ତାଙ୍କ ଦେହରେ ୮୫ଟି କ୍ଷତଚିହ୍ନ ରହିଛି । ଦୁଷ୍କର୍ମ କରି ହତ୍ୟା କରିବା ପୂର୍ବରୁ ତାଙ୍କୁ ୮ ଦିନ କାଳ ଶାରୀରିକ ଓ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । କାଠ ନିର୍ମିତ ଅସ୍ତ୍ରଶସ୍ତ୍ର ଜରିଆରେ ତାଙ୍କୁ ଆଘାତ ଦିଆଯାଇଥିବା ଜାଣିବାକୁ ମିଳିଛି । ତେବେ ତାଙ୍କର ପ୍ରକୃତ ପରିଚୟ ଏଯାବତ୍ ମିଳିପାରିନାହିଁ । ତେବେ ସେ ଜଣେ ଓଡ଼ିଆ ହୋଇପାରନ୍ତି ବୋଲି ଗୃହମନ୍ତ୍ରୀ ପିଏସ ଜାଡେ଼ଜା ସନେ୍ଦହ ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ 0