Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ୧୯ରେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ବୈଠକ

    Share on :
    Date: Apr 16, 2018    Views: 3235

    ନୂଆଦିଲ୍ଲୀ : କଂଗ୍ରେସକୁ ଚଳଚଂଚଳ କରିବା ପାଇଁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛନ୍ତି ନବନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହ  । ଆସନ୍ତା ୧୮ରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅକ୍ଷୟତୃତୀୟାରେ ସେ ଓଡ଼ିଶା ଆସିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି  । ବରଂ ଆସନ୍ତା ୧୯ରେ ଓଡ଼ିଶା କଂଗ୍ରେସର ଆଗଧାଡ଼ିର ନେତାଙ୍କୁ ନେଇ ସେ ଏକ ବୈଠକ ଡାକିବେ ବୋଲି ଜାଣିବାକୁ ମିଳିଛି  । ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରାଯିବ  । ଦଳରେ ଥିବା ଅସନ୍ତୋଷ, ପିସିିସି ଓ ବିଧାୟକ ଦଳ ମଧ୍ୟରେ ବିଭେଦ ଆଦି ନେଇ ବିଶଦ ଆଲୋଚନାର କରାଯାଇ ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି  ।

    ଦେଶରେ ମୋଦି ସରକାର ହଟାଇ କଂଗ୍ରେସକୁ ପୁଣିଥରେ ଶାସନ ଗାଦିରେ ବସାଇବାକୁ କଂଗ୍ରେସ ପାର୍ଟି ରଣନୀତି ପ୍ରସ୍ତୁତ କରିଛନ୍ତି । ଆଜି ନୂଆଦିଲ୍ଲୀରେ ପ୍ରତ୍ୟେକ ରାଜ୍ୟର ଦଳର ପ୍ରଭାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ଏହି ବୈଠକରେ କଂଗ୍ରେସ ଦଳର ତୃଣମୂଳସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯିବ, ସାଂଗଠନିକ ଦକ୍ଷତାକୁ ବୃଦ୍ଧି କରାଯିବା ସହିତ ଆଗାମୀ ଦିନରେ ମୋଦି ସରକାରକୁ କିପରି ଗାଦିଚୁ୍ୟତ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ଏଥିସହିତ ଯେଉଁ ରାଜ୍ୟମାନଙ୍କରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଯାଇଛି ସେହି ରାଜ୍ୟମାନଙ୍କରେ କିପରି ପୁଣି ସଂଗଠନକୁ ସୁଦୃଢ଼ କରାଯାଇପାରିବ ସେ ନେଇ ରାଜ୍ୟ ପ୍ରଭାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଓଡ଼ିଶାର ନବନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ବୈଠକରେ ଉପସ୍ଥିତ ଥିଲେ । 

     

    Maximum 500 characters

    ଅଧିକ ମତାମତ

    Please gosti kandala banda kra

    Kambhu Das

    Apr 16, 2018

    Please gosti kandala banda kra

    Kambhu Das

    Apr 16, 2018

    ତାଜା ଖବର View all

    Find Us on Facebook