Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସରକାର ସୁରକ୍ଷା ଦିଅନ୍ତୁ : ବୈଜୟନ୍ତ

    Share on :
    Date: Apr 16, 2018    Views: 2109

    ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ପାଣି ଟାଙ୍କି ରାଜନୀତି ଥମିବାର ନାଁ ଧରୁନାହିଁ  । ପାଣି ଟାଙ୍କିକୁ ନେଇ ବୈଜୟନ୍ତ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଶୀତଳଯୁଦ୍ଧ ଦେଖିବାକୁ ମିଳୁଛି  । ଗୋଟିଏ ପଟେ କେତେକ ବିଜେଡ଼ି ନେତା ବୈଜୟନ୍ତଙ୍କ ପାଣି ଟାଙ୍କି ରାଜନୀତିକୁ ବିରୋଧ କରୁଥିବାବେଳେ ଆଉ କେତେକ ସମର୍ଥନରେ ବାହାରିଛନ୍ତି  । ସ୍ଥିତି ଏମିତି ହୋଇଛିଯେ, ସାଂସଦ ପାଣ୍ଠିରେ ନିର୍ମିତ ପାଣି ଟାଙ୍କିକୁ ରାତାରାତି ବିଜେଡ଼ି ନେତାମାନେ ଉଦଘାଟନ କରିବାକୁ ମଧ୍ୟ ପଛାଉନାହାନ୍ତି  । କେତେକ ସ୍ଥାନରେ ଉଦଘାଟନର କେଇ ମିନିଟ୍ ମଧ୍ୟରେ ଫଳକ ବି ଗାଏବ ହୋଇଯିବାର ନଜିର ରହିଛି  । କେନ୍ଦ୍ରାପଡ଼ାରେ ଏମିତି ରାଜନୀତି ଜୋର ଧରିଥିବାବେଳେ ସରକାରଙ୍କ ସୁରକ୍ଷା ଲୋଡ଼ିଛନ୍ତି ବିଜେଡ଼ିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା  । ବୈଜୟନ୍ତ କହିଛନ୍ତିଯେ, ଲୋକଙ୍କୁ ପାନୀୟ ଜଳର ସୁବିଧା ଯୋଗାଇବା ପାଇଁ ସେ ପ୍ରକଳ୍ପ କରିଛନ୍ତି  । କିଏ ଉଦଘାଟନ କରୁଛି ବଡ଼ କଥା ନୁହେଁ  । ଲୋକଙ୍କ ପାଇଁ କିଏ ଏହି ପ୍ରକଳ୍ପ କରୁଛନ୍ତି ତାହା ସେମାନେ ଜାଣି ସାରିଛନ୍ତି  । ଏହି ପ୍ରକଳ୍ପଗୁଡ଼ିକ ସରକାରଙ୍କର ପ୍ରକଳ୍ପ  । ତେଣୁ ସରକାର ଏହାକୁ ସୁରକ୍ଷା ଦେବା ଦରକାର  । ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପର ଉଦଘାଟନ ସାଂସଦଙ୍କ ଉପସ୍ଥିତିରେ ହେବା ଦରକାର  । ହେଲେ କେତେକ ବ୍ୟକ୍ତି ବେଆଇନ୍ କାର୍ଯ୍ୟ କରୁଛନ୍ତି ବୋଲି ବୈଜୟନ୍ତ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Apanka matamata thik, but prasasana sarakari dala pakhare

    Dilip Nayak

    Apr 16, 2018

    How can you expect justice where 307 for egg throwing and no action against stone throwing.? It is difficult to say Law can find its own way.

    ISunilchandra Dhal

    Apr 17, 2018

    ତାଜା ଖବର View all

    Find Us on Facebook