Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଂଗ୍ରେସର ଦିଇଟା ଦାନ୍ତ : ବିଧାନସଭାରେ ଗୋଟିଏ, ବାହାରେ ଆଉ ଗୋଟିଏ

    Share on :
    Date: Apr 16, 2018    Views: 639

    ଭୁବନେଶ୍ୱର : ହାତୀର ଦୁଇଟା ଦାନ୍ତ  । ଗୋଟିଏ ଦେଖାଇବା ପାଇଁ ଆଉ ଗୋଟିଏ ଖାଇବା ପାଇଁ  । ଠିକ୍ ସେମିତି କେତେକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଆଭିମୁଖ୍ୟ ଏଭଳି ପ୍ରତୀୟମାନ ହେଉଛି  । ନୀଳଗିରିରେ ଗତକାଲି ଏକ ଜଘନ୍ୟ ଓ ଘୃଣ୍ୟ କାର୍ଯ୍ୟ ଦେଖିବାକୁ ମିଳିଥିଲା  । ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି  । ସୋରୋରେ ମଧ୍ୟ ଏମିତି ଏକ ଅଭାବନୀୟ କାଣ୍ଡ ଘଟିଛି  । ଯାହାକୁ ପ୍ରସଙ୍ଗ କରି ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲା କଂଗ୍ରେସ  । ହେଲେ ବିଧାନସଭାରେ ବିଧାୟକମାନେ ଏହି ପ୍ରସଙ୍ଗରେ ନବୀନ ସରକାରଙ୍କୁ ଟାର୍ଗେଟ୍ କରୁଥିବାବେଳେ ମହିଳା କଂଗ୍ରେସ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବ ରହିବାକୁ ନେଇ କଂଗ୍ରେସ କର୍ମୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

    ନୀଳଗିରି ଓ ସୋରୋ ପ୍ରସଙ୍ଗକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକମାନେ ତୁମ୍ବିତୋଫାନ କରିଥିଲେ  । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ  । ଫଳରେ ବିଧାନସଭା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଚସ୍ପତି ବାଧ୍ୟ ହୋଇଛନ୍ତି  । 

    ଅପରପକ୍ଷରେ ଜାମ୍ମୁକାଶ୍ମୀର ଓ ଉତରପ୍ରଦେଶ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ମହମବତୀ ଜଳାଯାଉଛି, ଆନେ୍ଦାଳନ କରାଯାଉଛି  । କିନ୍ତୁ ଓଡ଼ିଶାର ଏହି ସଂଗୀନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ନେତାମାନେ ଏକରକମ ନୀରବଦ୍ରଷ୍ଟା ସାଜିଛନ୍ତି  । ବିଶେଷକରି ମହିଳା କଂଗ୍ରେସ ଏହାକୁ ଗୁରୁତର ସହ ଗ୍ରହଣ କରିବା କଥା  । ନାରୀ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆନେ୍ଦାଳନ କରିବା ହେଉଛି ମହିଳା କଂଗ୍ରେସର ଦାୟିତ୍ୱ  । ଯଦି କଠୁଆ ଓ ଉନ୍ନାଓ ଘଟଣାରେ ବିଜେପି ଅକଳରେ ପଡ଼ିନଥା’ନ୍ତା ଏତେବେଳକୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ମାଷ୍ଟରକ୍ୟାଂଟିନରେ ବିକ୍ଷୋଭ କରି ସାରନ୍ତାଣି  । ଗୋଟିଏ ସଂଗୀନ ପ୍ରସଙ୍ଗକୁ ଯେଉଁଭଳି ଭାବେ ଉପସ୍ଥାପିତ କରିବା କଥା ସେଥିରେ କଂଗ୍ରେସର ଛାମୁଆ ସଂଗଠନ ବିଫଳ ହୋଇଛି କହିଲେ ଭୁଲ୍ ହେବନାହିଁ  ।

    Maximum 500 characters

    ତାଜା ଖବର View all

    Find Us on Facebook