Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାଇରାଲ୍ ହେଲାଣି ୨୮୮ ଭିଡିଓ, ଗିରଫ ହେଲେଣି ୧୪୫ ଗିରଫ

    Share on :
    Date: Apr 16, 2018    Views: 399

    ଭୁବନେଶ୍ୱର : ଗୋଟିକ ପରେ ଗୋଟିଏ ଭିଡ଼ିଓ ଭାଇରାଲ ଘଟଣା ପ୍ରେମୀ ଯୁଗଳଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିବାବେଳେ ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି  । ବିଗତ ବର୍ଷମାନଙ୍କରେ ଭାଇରାଲ ଭିଡ଼ିଓ ଘଟଣା କେତେ ଉଦ୍ବେଗଜନକ ସ୍ଥିତିରେ ପହଁଚିଛି ତାହା ସରକାରଙ୍କ ତଥ୍ୟ ହିଁ ବୟାନ କରୁଛି  । ୨୦୧୬ରୁ ଏଯାବତ୍ ସାରା ରାଜ୍ୟରେ ୨୮୮ ଭିଡ଼ିଓ ଭାଇରାଲ ଘଟଣାରେ ମାମଲା ପଂଜୀକୃତ ହୋଇଛି  । ପୁଲିସ ଏହାର ଖୋଳତାଡ଼ କରି ୧୪୫ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି  ।

    ତଥ୍ୟ ଅନୁଯାୟୀ ଭିଡ଼ିଓ ଭାଇରାଲ ନେଇ ୨୦୧୬ରେ ୭୩ ମାମଲା ରୁଜୁ ହୋଇଥିବାବେଳେ ପୁଲିସ୍ ୪୧ ଜଣଙ୍କୁ ଗିରଫ କରିଥିଲା  । ସେହିପରି ୨୦୧୭ରେ ସର୍ବାଧିକ ୧୮୪ ଭିଡ଼ିଓ ଭାଇରାଲ ଜନିତ ମାମଲା ହୋଇଥିବାବେଳେ ୮୫ ଜଣଙ୍କୁ ଗିରଫ କରିବାରେ ପୁଲିସ ସମର୍ଥ ହୋଇଥିଲା  । ଅପରପକ୍ଷରେ ଚଳିତ ବର୍ଷ ଇତିମଧ୍ୟରେ ଭିଡ଼ିଓ ଭାଇରାଲ ନେଇ ୩୧ଟି ମାମଲା ହୋଇଥିବାବେଳେ ୧୯ ଜଣଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି  ।

    ଖାଲି ସେତିକିନୁହେଁ ରାଜ୍ୟରେ ସାଇବର କ୍ରାଇମ ଘଟଣା ବି ବୃଦ୍ଧି ପାଇବାରେ ଲାଗିଛି  । ୨୦୧୬ରେ ୩୧୭, ୨୦୧୭ରେ ୮୨୪ ଓ ୨୦୧୮ରେ ୧୨୪ ମାମଲା ରୁଜୁ ହୋଇଥିବାବେଳେ ଯଥାକ୍ରମେ ୯୯, ୧୯୫ ଓ ୨୦ ଜଣଙ୍କୁ ଗିରଫ କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook