Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରୀତିରଂଜନଙ୍କ ରାସ୍ତାରୁ କଂଟା ସଫା

    Share on :
    Date: Apr 16, 2018    Views: 5647

    ଭୁବନେଶ୍ୱର : ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେ଼ଇଙ୍କ ରାସ୍ତାରୁ କଂଟା ସଫା ହୋଇଛି  । ପ୍ରଫୁଲ୍ଲ ଘଡେ଼ଇଙ୍କ ଏକାନ୍ତ ଅନୁଗତ ମହେନ୍ଦ୍ର ଧଳଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଛି  । ୨୦୧୪ ନିର୍ବାଚନ ବେଳ ଠାରୁ ପ୍ରୀତିରଂଜନଙ୍କୁ ବିରୋଧ କରି ଆସୁଥିଲେ ମହେନ୍ଦ୍ର  । ପୂର୍ବରୁ ପ୍ରୀତିରଂଜନଙ୍କୁ ବିରୋଧ କରି ଆସୁଥିବା ପ୍ରଦୀପ ବଳ ସାମନ୍ତଙ୍କୁ ମଧ୍ୟ ବିଜେଡ଼ିରୁ ନିଲମ୍ବନ କରାଯାଇସାରିଛି  । ଫଳରେ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା  ପ୍ରୀତିରଂଜନ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି  । ତେବେ ଏହି ନେତାମାନେ ଯଦି ପ୍ରୀତିଙ୍କ ବିରୋଧରେ ମିଳିତ ରଣନୀତି କରନ୍ତି ତେବେ ତାହା ତାଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ  । କାହିଁକିନା ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଆଜି ଯାଏଁ ପ୍ରଫୁଲ୍ଲ ଘଡେ଼ଇ ହୁଅନ୍ତୁ କି ପ୍ରୀତିରଂଜନ ଘଡେ଼ଇ ଉଭୟ ଖୁବ୍ କମ୍ ବ୍ୟବଧାନରେ ବିଜୟୀ ହୋଇ ଆସୁଛନ୍ତି  । ସେହିପରି ଯାଜପୁରର ଦୁଇ ଟାଣୁଆ ଯୁବ ନେତା ପ୍ରଣବ ପ୍ରକାଶ ଦାଶ, ପ୍ରଣବ ବଳବନ୍ତରାୟ ମଧ୍ୟ ଅତୀତରେ ପ୍ରୀତିଙ୍କ ଚେର କାଟିବା ପାଇଁ ଉଦ୍ୟମ କରିବାର ନଜିର ରହିଛି  ।

    ପ୍ରଫୁଲ୍ଳ ଘଡେ଼ଇ ମନ୍ତ୍ରୀ ଥିବାବେଳେ ମହେନ୍ଦ୍ର ତାଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ  । ୨୦୦୭ରେ ସୁକିନ୍ଦା ନିର୍ବାଚନମଣ୍ଡଳୀର ୧୦ ନମ୍ବର ଜୋନରୁ ସେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ  । ପ୍ରଫୁଲ୍ଲଙ୍କ ପରେ ସେ ନିଜକୁ ବିଧାୟକ ପ୍ରାର୍ଥୀ ଭାବେ ମଧ୍ୟ ଉପସ୍ଥାପିତ କରି ଆସୁଥିଲେ  । ତେବେ ୨୦୧୪ ନିର୍ବାଚନରେ ପ୍ରଫୁଲ୍ଲଙ୍କୁ ବିଜେଡ଼ି ଟିକେଟ ଦେଇନଥିଲା  । ଫଳରେ ସୁକିନ୍ଦା ଆସନ ଛାଡ଼ିବାକୁ ଇଚ୍ଛୁକ ନଥିଲେ ମଧ୍ୟ ପ୍ରୀତିରଂଜନଙ୍କୁ କୋରେଇରୁ ପ୍ରାର୍ଥୀ କରାଯାଇଥିଲା  । ପୁଅ ପାଇଁ ସେତେବେଳେ ପ୍ରଫୁଲ୍ଳ ଘଡେ଼ଇ ବାଧ୍ୟ ହୋଇ କାର୍ଯ୍ୟ କରିଥିଲେ  । କଳ୍ପତରୁ ଦାସ ଓ ପ୍ରଣବ ପ୍ରକାଶ ଦାସଙ୍କ ଗୋଟି ଚାଳନାରେ ପ୍ରଫୁଲ୍ଲ ଘଡେ଼ଇଙ୍କୁ ଏକରକମ ଯାଜପୁର ରାଜନୀତିରୁ ନିଷ୍ପ୍ରଭ କରି ଦିଆଯାଇଥିଲା  । ଫଳରେ ମହେନ୍ଦ୍ର ପ୍ରୀତିରଂଜନଙ୍କୁ ବିରୋଧ କରି ଆସୁଥିଲେ  । ଗତ ପଂଚାୟତ ନିର୍ବାଚନରେ ମଧ୍ୟ ପ୍ରୀତିଙ୍କୁ ଜୋରଦାର ବିରୋଧ କରିଥିଲେ ମହେନ୍ଦ୍ର  । ଏନେଇ ପ୍ରୀତିରଂଜନ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତିଙ୍କ ଠାରୁ ନେଇ ବିଜେଡ଼ି ସୁପ୍ରିମୋଙ୍କ ପର୍ଯ୍ୟନ୍ତ ଅବଗତ କରିଥିଲେ  । ମହେନ୍ଦ୍ରଙ୍କ କାର୍ଯ୍ୟକଳାପ ଅନୁଧ୍ୟାନ କରିବା ପରେ ତାଙ୍କୁ ବହିଷ୍କାର କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook