Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହାରୁ ନେତା ପ୍ରସ୍ତୁତ କରିବେ କଂଗ୍ରେସର ରୋଡ଼ ମ୍ୟାପ୍

    Share on :
    Date: Apr 15, 2018    Views: 2841

    ଭୁବନେଶ୍ୱର : କଂଗ୍ରେସରେ ଆରମ୍ଭ ହୋଇଛି ନବକଳେବର  । ବଦଳିଛନ୍ତି ଓଡ଼ିଶା ପ୍ରଭାରୀ  । ବିକେ ହରିପ୍ରସାଦଙ୍କ ସ୍ଥାନ ନେଇସାରିଛନ୍ତି ଜିତେନ୍ଦ୍ର ସିଂହ  । ଆଜି ମଧ୍ୟ ଶୁଭଙ୍କର ସରକାରଙ୍କୁ ବଦଳାଇ ଦେଇଛନ୍ତି ରାହୁଲ ଗାନ୍ଧୀ  । ଓଡ଼ିଶା ପାଇଁ ଏକାବେଳେ ତିନି ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି  । ସେହି ତିନି ନେତା ହେଉଛନ୍ତି ଆନ୍ଧ୍ରପ୍ରଦେଶର ରୁଦ୍ର ରାଜୁ ଓ ଶେଖ ମସ୍ତାନ ବଲୀ ଏବଂ ଦିଲ୍ଲୀର ଅନୀଲ କୁମାର ଚୌଧୁରୀ  । ଏହି ଚାରି ଜଣ ହେଉଛନ୍ତି ହାରୁ ନେତା  । ନିଜ ନିଜ ନିର୍ବାଚନମଣ୍ଡଳୀରେ ବିଜୟୀ ହେବାର ଏମାନଙ୍କର ସାମର୍ଥ୍ୟ ନାହିଁ  । ଏହି ଚାରି ହାରୁ ନେତା ଏବେ କଂଗ୍ରେସର ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିବେ  । କର୍ମୀମାନଙ୍କୁ ହାରୁ ନେତାମାନେ କି ବିଜୟର ମନ୍ତ୍ର ଦେବେ ସେନେଇ କର୍ମୀମାନେ ଆଶା ଆଶଙ୍କାରେ ରହିବା ସ୍ୱାଭାବିକ  ।

    ଖାଲି ପ୍ରଦେଶ ପ୍ରଭାରୀମାନେ ନୁହଁନ୍ତି ନିଜେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ହାରୁ ତାଲିକାରେ ଅନ୍ତର୍ଭୁକ୍ତ  । ପ୍ରସାଦଙ୍କୁ ହଟାଇ ପିସିସି ସଭାପତି ହେବାକୁ ଚାହୁଁଥିବା ନିରଂଜନ ପଟ୍ଟନାୟକଙ୍କ ଅବସ୍ଥା ମଧ୍ୟ ସେଇଆ  । ସେ ବି ହାରୁ ତାଲିକାରେ ଅଛନ୍ତି  । ଗତ ନିର୍ବାଚନରେ ପରାଜୟ ଭୟରେ ସେ ଠିଆ ହୋଇନଥିଲେ  । ଜୟଦେବଙ୍କ ଅଧିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଭେଳିକି ଦେଖାଇ ଦୂରେଇ ଯାଇଥିଲେ  । ନିରଂଜନଙ୍କ ଘସିପୁରାକୁ ଏବେ ବଦ୍ରି ପାତ୍ର କବ୍ଜା କରିନେଇଛନ୍ତି  । ତାଙ୍କର ପକ୍କଡ଼ ଏତେ ମଜବୁତ୍ଯେ, ନିରଂଜନ ପ୍ରବେଶ କରିବା ଦୁରୂହ ବ୍ୟାପାର କହିଲେ ଭୁଲ ହେବନାହିଁ  । ପିସିସି ସଭାପତି ପଦ ପାଇଁ ଆଶାୟୀ ଭକ୍ତ ଚରଣ ଦାସ ହୁଅନ୍ତୁ କି ପ୍ରଦୀପ ମାଝୀ  । ସେମାନେ ବି ହାରିବା ତାଲିକାରେ ଅଛନ୍ତି  । ନିଜ ନିର୍ବାଚନମଣ୍ଡଳୀରେ ସେମାନେ ପରାଜୟ ବରଣ କରିସାରିଛନ୍ତି  ।
    କଂଗ୍ରେସର ଆଉ ଦୁଇ ଟାଣୁଆ ନେତା ହେଉଛନ୍ତି ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନା  । ପ୍ରସାଦଙ୍କ ସହ ଏମାନଙ୍କର ଭଲ ସମ୍ପର୍କ ନଥିଲେ ବି ଦୁଇ ନେତା ନିରଂଜନ ପଟ୍ଟନାୟକଙ୍କୁ ଚେକ୍ ଦେବା ପାଇଁ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଛନ୍ତି  । ଜୟଦେବ ଓ ଶ୍ରୀକାନ୍ତ ମଧ୍ୟ ହାରିବା ତାଲିକାରେ ରହିଛନ୍ତି  । ନିଜେ କେମିତି ଜିତିବେ ସେ ବାଟ ଖୋଦ୍ କଂଗ୍ରେସ ନେତାଙ୍କୁ ଜଣାନାହିଁ  । ଦଳର ପରାଜୟ ବା ଏଭଳି ସ୍ଥିତି ପାଇଁ କିଏ ପିସିସିକୁ ଦାୟୀ କରୁଛି ତ କିଏ ଏଆଇସିସିକୁ ପରୋକ୍ଷରେ ଦୋଷ ଲଦିଦେଉଛନ୍ତି  । ହେଲେ ସେମାନେ ନିଜ ନିର୍ବାଚନମଣ୍ଡଳୀରେ ଧାକ୍ ଜମାଇବାରେ କ’ଣ ବାଧକ ରହିଛି ତାହା ମା ଗଙ୍ଗେଇଙ୍କୁ ଜଣା  । 

    କଂଗ୍ରେସର ହାରୁ ନେତାମାନେ ଏବେ ନିଜ ନିର୍ବାଚନମଣ୍ଡଳୀ ଅପେକ୍ଷା ପତିଆରା ଲଢେ଼ଇରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି  । ଏହି ନେତାମାନେ ଏକାଠି ହୋଇ ଲଢ଼ିବା ପାଇଁ ମିଛ ସଂକଳ୍ପ ନେବା ଅପେକ୍ଷା ଯଦି ନିଜ ନିଜ ନିର୍ବାଚନମଣ୍ଡଳୀରେ ଫୋକସ କରନ୍ତେ ତାହା ଭଲ ହୁଅନ୍ତା ବୋଲି କଂଗ୍ରେସ  କର୍ମୀମାନେ ମତପୋଷଣ କରନ୍ତି  । ଯଦି ଦଳର ଆଗଧାଡ଼ିର ନେତାମାନେ ନିଜ ସ୍ଥାନରେ ନିଶ୍ଚିତ ବିଜୟର ସୁଯୋଗ ସୃଷ୍ଟି କରନ୍ତେ ତେବେ ବିଜେପି ୧୦୨ ମିଶନ କି ବିଜେଡ଼ି ୧୨୫ ମିଶନ କଥା ଚିନ୍ତା କରନ୍ତେ ନାହିଁ  । କଂଗ୍ରେସର ବଡ଼ ବଡ଼ ନେତାମାନେ ହାରିବା ସ୍ଥିତିରେ ଥିବାରୁ ଦୁଇ ଦଳ ଏଭଳି ଚିନ୍ତା କରିବା ସ୍ୱାଭାବିକ  । ତେଣୁ ପତିଆରା ଲଢେ଼ଇ ଛାଡ଼ି ଏବେଠାରୁ ବଡ଼ ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସଂଗଠନ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି  ।

    Maximum 500 characters

    ଅଧିକ ମତାମତ

    Thanks u for your description.Now a days all self declared state Leaders are busy to take profit from Bjd & Bjp since Long days .I hope in coming future ,Leaders who are in secret hoblobbing with Bjd and Bjp should be punished.Jay CONGRESS Jay RG .

    Pradeep

    Apr 15, 2018

    ତାଜା ଖବର View all

    Find Us on Facebook