Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହଟିଲେ ଶୁଭଙ୍କର, ୩ ସଂପାଦକଙ୍କୁ ଓଡ଼ିଶା ଦାୟିତ୍ୱ

    Share on :
    Date: Apr 15, 2018    Views: 579

    ଭୁବନେଶ୍ୱର: ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତ କିଛିଦିନ ପୂର୍ବେ ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ହଟାଇ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ସିଂହ ନିକଟରେ ଓଡ଼ିଶାରେ କଂଗ୍ରେସର ଆମୂଳ ଚୂଳ ପରିବର୍ତ୍ତନ ହେବା ନେଇ ଯେଉଁ ସୂଚନା ଦେଇଥିଲେ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଆଜି କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସଂପାଦକ ଶୁଭଙ୍କର ସରକାରଙ୍କ ବଦଳାଇ ତାଙ୍କ ସ୍ଥାନରେ ୩ଜଣ ନୂଆ ସଂପାଦକଙ୍କୁ ଦାୟିତ୍ୱ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ୍ ଚୌଧୁରୀ ଓ ପୂର୍ବତନ ବିଧାୟକ ଶେଖ ମସ୍ତାନା ୱାଲିଙ୍କୁ ଓଡ଼ିଶା ଦାୟିତ୍ୱରେ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଏଆଇସିସି ଯୁଗ୍ମ ସଂପାଦକ ରୂପେ ଆଦିତ୍ୟ ଶର୍ମାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook