Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଖୁବଶୀଘ୍ର ରୋଡ଼ମ୍ୟାପ୍ କରିବ କଂଗ୍ରେସ : ପ୍ରସାଦ

    Share on :
    Date: Apr 14, 2018    Views: 951

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଗତି କୁଆଡେ଼ ? ଏହି ପ୍ରଶ୍ନର ବୁଢ଼ିଆଣୀ ଜାଲରେ କଂଗ୍ରେସ କର୍ମୀମାନେ ଛନ୍ଦି ହୋଇଯାଇଥିବାବେଳେ ଆଶା ଦେଖାଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ  । ଗୋଟିଏ ପଟେ ପ୍ରସାଦଙ୍କୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ମନରେ ଅସନ୍ତୋଷ କୁହୁଳୁଥିବାବେଳେ ଖୁବଶୀଘ୍ର କଂଗ୍ରେସରେ ନବକଳେବର ହେବବୋଲି ପ୍ରସାଦ ସୂଚନା ଦେଇଛନ୍ତି  । ପ୍ରସାଦ କହିଛନ୍ତିଯେ, କଂଗ୍ରେସର ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେବ  । ବୁଥସ୍ତରରୁ ନେଇ ଉପରସ୍ତର ପର୍ଯ୍ୟନ୍ତ ବଡ଼ ଧରଣର ପରିବର୍ତନ କରାଯିବ  । ଇତିମଧ୍ୟରେ ସାଂଗଠନିକ ନିର୍ବାଚନ ମଧ୍ୟ ଶେଷ ହୋଇସାରିଛି  । ଖୁବଶୀଘ୍ର ଏହାର ଫଳାଫଳ ଘୋଷଣା ହେବ  । ଜିଲ୍ଲା ସଭାପତିସ୍ତରରେ ବ୍ୟାପକ ଅଦଳବଦଳ ହେବାର ଥିବାବେଳେ ନୂଆ ଟିମକୁ ନେଇ କଂଗ୍ରେସ ଆଗକୁ ବଢ଼ିବ ବୋଲି ପ୍ରସାଦ କହିଛନ୍ତି  । ଅପରପକ୍ଷରେ ପ୍ରସାଦଙ୍କୁ ହଟାଇବା ପାଇଁ ତାଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇପଡ଼ିଥିବାବେଳେ ନବନିଯୁକ୍ତ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ କେତେକ ବିଧାୟକ ଭେଟିବେ ବୋଲି ଜାଣିବାକୁ ମିଳୁଛି  । ଆଉ କେଇମାସ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ ପରେପରେ ସାଧାରଣ ନିର୍ବାଚନ ମଧ୍ୟ କବାଟ ବାଡେ଼ଇବ  । ଏହି ପରିପ୍ରେକ୍ଷୀରେ କଂଗ୍ରେସର ତ୍ୱରିତ ରଣନୀତି ହିଁ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିପାରିବ  । ଅନ୍ୟଥା ପ୍ରଥମ ଥର ପାଇଁ କଂଗ୍ରେସ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହେବବୋଲି କଂଗ୍ରେସ କର୍ମୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook