Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ସିରିଆ ଉପରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ଆକ୍ରମଣ

    Share on :
    Date: Apr 14, 2018    Views: 1657

    ୱାଂଶିଟନ୍ : ଆରମ୍ଭ ହୋଇଗଲା ଯୁଦ୍ଧ  । ଆଜି ସକାଳୁ ସକାଳୁ ସିରିଆ ଉପରେ ଆକ୍ରମଣ କରିଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ମିଳିତ ବାହିନୀ  । ରାସାୟିନକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ କରିବା ପାଇଁ ସିରିଆର ଧମକ ପରେ ମିଳିତ ବାହିନୀ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି  । ଏହି ଆକ୍ରମଣ ଯୋଗୁଁ ୭୦ ଜଣଙ୍କର ମୃତୁ୍ୟ ହୋଇଥିବା ଜାଣିବାକୁ ମିଳିଛି  ।

    ଗତକାଲି ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ସିରିଆ ଉପରେ ଆକ୍ରମଣ କରିବା ପାଇଁ ସେନାବାହିନୀକୁ ନିଦେ୍ର୍ଧଶ ଦେଇଥିଲେ  ।  ସିରିଆ ଉପରେ ଆମେରିକାର ଅତର୍କିତ ଆକ୍ରମଣ ପରେ ସାରା ଇଉରୋପ ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରରେ କୋକୁଆ ଭୟ ଖେଳିଯାଇଛି  । ଘନ ଘନ ମିଜାଇଲ୍ ମାଡ଼ରେ ସିରିଆ ଆକାଶ ଧୂଅାଁମୟ ହୋଇଯାଇଛି  । ଉଭୟ ଜଳପଥ ଓ ସ୍ଥଳପଥରୁ ମିଜାଇଲ ମାଡ଼ କରାଯାଉଛି  । ଅପରପକ୍ଷରେ ସିରିଆରେ ଥିବା ଋଷିଆର ନାଭାଲ ଓ ଏୟାର ବେଶ୍ ନିକଟରେ ତିନି ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ମିଜାଇଲ୍ ମାଡ଼ ହୋଇନଥିବା ଋଷ ପକ୍ଷରୁ କୁହାଯାଇଛି  । ତେବେ ସିରିଆ ରାଜଧଶନୀ ଡାମାକସରେ ଥିବା ବିଜ୍ଞାନ ଗବେଷଣା କେନ୍ଦ୍ର, ହମସର ଦୁଇଟି ସ୍ଥାନରେ ମିଜାଇଲ ମାଡ଼ ହୋଇଥିବା ପେଂଟାଗନ ପକ୍ଷରୁ ସୂଚନା ଦିଆଯାଇଛି  । ଅପରପକ୍ଷରେ ମିଜାଇଲ ମାଡ଼ ଯୋଗୁଁ ବହୁ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ସିରିଆର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଖବର ପ୍ରକାଶ କରିଛନ୍ତି  । ତେବେ ଏହାକୁ ନେଇ ଋଷ ଉଦବେଗ ପ୍ରକାଶ କରିଛି  । ସେହିପରି ଇରାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରମଣକୁ ନିନ୍ଦା କରାଯାଇଛି  । ଏହା ଅନ୍ତର୍ଜାତୀୟ ନିୟମର ଖୋଲା ଉଲ୍ଲଂଘନ ବୋଲି କୁହାଯାଇଛି  । ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର ବି-୧ ବମ୍ବରସ ଓ ଗୋଟିଏ ଯୁଦ୍ଧ ଜାହାଜ ଏହି ଆକ୍ରମଣରେ ସାମିଲ ଥିବା ଆମେରିକା ପକ୍ଷରୁ କୁହାଯାଇଛି  । ସିରିଆର ରସାୟନିକ ଅସ୍ତ୍ରଶସ୍ତ୍ର ଉପରେ ଆକ୍ରମଣ ପାଇଁ ମିଳିତ ବାହିନୀ ଯୋଜନା କରିଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook