Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପିସିସି ପରିବର୍ତ୍ତନ ନେଇ ମୋ ପାଖରେ ସୂଚନା ନାହିଁ : ନିରଂଜନ

    Share on :
    Date: Apr 14, 2018    Views: 1421

    ଭୁବନେଶ୍ୱର : ପିସିସି ପରିବର୍ତନ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ  । ତେବେ ୧୮ରେ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଥିବାରୁ ସେପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି  ।

    ନିରଂଜନ କହିଛନ୍ତିଯେ, ନିକଟରେ ସେ କରଞ୍ଜିଆ ଗସ୍ତରେ ଯାଇଥିଲେ  । ଏହି ଅବସରରେ ଦଳୀୟ କର୍ମୀମାନେ ତାଙ୍କ ନିକଟରେ ସଂଗଠନ ପ୍ରତି ଅସନ୍ତୋଷ ଜଣାଇବା ସହ ଦଳ ଛାଡ଼ିବା କଥା କହିଥିଲେ  । ତେବେ ଆସନ୍ତା ୧୮ରେ ଜିତେନ୍ଦ୍ର ସିଂହ ଓଡ଼ିଶା ଆସିବେ ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା  । ଶ୍ରୀ ସିଂହ ଜଣେ କାର୍ଯ୍ୟଦକ୍ଷ ନେତା  । ଦଳକୁ ମଜବୁତ୍ କରିବାରେ ତାଙ୍କର ସାମର୍ଥ୍ୟ ରହିଛି  । ଏଣୁ ସେ ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ ବୋଲି ନିରଂଜନ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ଜିତେନ୍ଦ୍ର ସିଂହ କଂଗ୍ରେସରେ ଆମୂଳଚୁଳ ପରିବର୍ତନ ହେବବୋଲି ସୂଚନା ଦେଇଥିବାବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ନବକଳେବର ହେବବୋଲି କହିଥିଲେ  । ତେବେ ଦୁଇ ନେତା କେଉଁ ଉଦେ୍ଧଶ୍ୟରେ ଆମୂଳଚୁଳ ପରିବର୍ତ୍ତନ ଓ ନବକଳେବରର କଥା କହିଛନ୍ତି ତାହା ଏଯାଏଁ ବି କଂଗ୍ରେସର ବରିଷ୍ଠ ନେତାମାନେ ଠଉରାଇ ପାରୁନାହାନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook