Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଅନୁଷ୍ଠିତ ହେବ କୃଷକ କଲ୍ୟାଣ କର୍ମଶାଳା

    Share on :
    Date: Apr 13, 2018    Views: 83

     କୃଷକ କଲ୍ୟାଣ କର୍ମଶାଳାକୁ ସଫଳ କରିବା ପାଇଁ କୃଷକ ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

     ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାରେ ପାଳନ କରାଯିବ ପବିତ୍ର ଅକ୍ଷୟତୃତୀୟା

    ଭୂବନେଶ୍ୱର : କେନ୍ଦ୍ରୀୟ ନିଷ୍ପତି ଅନୁଯାୟୀ ଆସନ୍ତା କାଲିଠୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଗ୍ରାମ ସ୍ୱରାଜ ଅଭିଯାନ । ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷରେ ପାଳନ କରାଯିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡିକର ପ୍ରଚାର କରାଯାଇ ସମାଜର ସଠିକ ହିତାଧିକାରୀଙ୍କ ପାଖରେ ପହଂଚାବାକୁ ପ୍ରଚାର ଓ ପ୍ରସାର କରାଯିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କୃଷକ ସମାଜ ପାଇଁ ଆସନ୍ତା ମାସ ୨ ତାରିଖରେ ଦେଶର ସମସ୍ତ ବ୍ଲକମାନଙ୍କରେ କୃଷି କଲ୍ୟାଣ କର୍ମଶାଳା ଅନୁଷ୍ଠିତ ହେବ । ଓଡିଶାର ସମସ୍ତ ୩୧୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏକ ଦାୟୀତ୍ୱବାନ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟି ସକ୍ରିୟ ଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବାର ପ୍ରୟାସ କରିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି କହିଛନ୍ତି ।

    ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାରେ ଆସନ୍ତା ଏପ୍ରିଲ ୧୮ ତାରିଖ ପବିତ୍ର ଅକ୍ଷିତୃତୀୟା ପାଳନ କରାଯିବ । ସେହି ଦିନଠାରୁ ମେ ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ସମସ୍ତ କୃଷକ ଭାଇ ଓ ଭଉଣୀମାନେ ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କୃଷକ କଲ୍ୟାଣ କର୍ମଶାଳାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନାଗୁଡିକ ସଂପର୍କରେ ଅବଗତ ହେବା ସହ ଯେ କୈାଣସି ଗଠନମୁଳକ ପ୍ରସ୍ତାବ ଦେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀମାନେ ଯୋଗ ଦେଇଥିଲେ ।ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଆଲୋଚନା କରିଥିଲେ । ଆଗାମୀ ଦିନରେ ଅଧିକରୁ ଅଧିକ କୃଷକ ଭାଇ ଓ ଭଉଣୀମାନଙ୍କୁ ପାର୍ଟିରେ ସାମିଲ କରାଇ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ସମୀର ପାତ୍ର ଓ ରବି ନାରାୟଣ ମହାପାତ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ଶୁଭ୍ରାଂଶୁ ମୋହନ ପାଢୀ ଓ ଅମୁଲ୍ୟ ନାୟକଙ୍କ ସମେତ ନାରାୟଣ ପଟ୍ଟନାୟକ, ଦିଲୀପ ସ୍ୱାଇଁ, ଶ୍ରୀରଂଜନ ମଙ୍ଗରାଜ, ଶଙ୍କର୍ଷଣ ଜେନା, ପ୍ରଦୀପ ମହନ୍ତ, ଲିଂଗରାଜ ବାରିକ, ରଜତ ମାଦଲା, ସୁମନ୍ତ ପ୍ରଧାନ, ଅମରେଶ୍ୱର ମିଶ୍ର, ସରୋଜ ସାହୁ, ସଂଜୀବ ରଣା, ବିକ୍ରମ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook