Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡିନାମାଇଟ୍ ଲଗାଇ ଛତିଶଗଡ଼ର ବ୍ୟାରେଜ ଉଡ଼ାଇ ଦେବା : ତାରା

    Share on :
    Date: Apr 13, 2018    Views: 8367

    ଭୁବନେଶ୍ୱର : ମହାନଦୀ ପାଇଁ ଆଉ କୁମ୍ଭୀର କାନ୍ଦଣା କରିବା ଦରକାର ନାହିଁ  । ନବୀନ ବାବୁଙ୍କ ନେତୃତ୍ୱରେ ଚାଲନ୍ତୁ ଛତିଶଗଡ଼ ଯିବା  । ମୁଖ୍ୟମନ୍ତ୍ରୀ ଠିଆ ହେବେ  । ମୁଁ ନିଜେ ଡିନାମାଇଟ୍ ଲଗାଇବି  । ଛତିଶଗଡ଼ର ବ୍ୟାରେଜକୁ ଉଡ଼ାଇ ଦେବି  । ମହାନଦୀ ଆଲୋଚନା ଅବକାଶରେ ଏହି କଥା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି  ।

    ମହାନଦୀ ଆଲୋଚନା ବେଳେ ତାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ  । ରାଜ୍ୟ ସରକାର ଶିଳ୍ପପତିଙ୍କୁ ପାଣି ବିକୁଛନ୍ତି  । କୋରାପୁଟର ଚାଷୀ ଚାଷ କରିପାରୁନାହାନ୍ତି  । ବିଜେଡ଼ି ଓ ବିଜେପି ମେଂଟ ସରକାର ବେଳ ଠାରୁ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରୁଥିଲା  । ହେଲେ ଶିଳ୍ପପତିମାନେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଟଙ୍କା ଦେଇ ବ୍ୟାରେଜ ନିର୍ମାଣ କରିଛନ୍ତି ବୋଲି ତାରା କହିଥିଲେ  ।

    ସେହିପରି ମୋଦି ସରକାରଙ୍କୁ ଟାର୍ଗେଟ୍ କରି ତାରା କହିଲେଯେ, ଦେଶରେ ଅଚ୍ଛେଦିନ ଆସିଛି  । ବିନା ଇଂଜିନରେ ଟ୍ରେନ ଚାଲିଛି  । ଗରିବ ଖଟିଖିଆ ଚାକିରୀ ନପାଇ ବିଦେଶ ଯାଇ ମରୁଛି  । ଓଡ଼ିଶାର ହକ୍ ପାଇଁ ମୋଦିଙ୍କ ବିରୋଧରେ ବି ଆମେ ଲଢ଼ିବାକୁ ପ୍ରସ୍ତୁତ  । ମୁଖ୍ୟମନ୍ତ୍ରୀ ୧୪୭ ବିଧାୟକଙ୍କୁ ନେଇ ଦିଲ୍ଲୀ ଚାଲନ୍ତୁ  । କେମିତି ପ୍ରଧାନମନ୍ତ୍ରୀ ସମୟ ଦେବେ ନାହିଁ ଦେଖିବା  । ଆମେ ସମସ୍ତେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଛତିଶଗଡ଼ର ଟେଣ୍ଡର ବନ୍ଦ କରିବା ବୋଲି ତାରା ଆହ୍ୱାନ ଦେଇଛନ୍ତି  ।

    Maximum 500 characters

    ଅଧିକ ମତାମତ

    GOOD

    BINOD PARIDA

    Apr 13, 2018

    I am RIGHT with Taraprasad bahinipat

    Umesh Chandra Bal

    Apr 13, 2018

    ରାଜ୍ୟ ଖବର View all

    Find Us on Facebook