Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ କାଏମ

    Share on :
    Date: Apr 13, 2018    Views: 611

    ଭୁବନେଶ୍ୱର : ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ କାଏମ ରଖିଛନ୍ତି ସୁପି୍ରମକୋର୍ଟ । ଅନ୍ୟାଦେଶ ପର୍ୟ୍ୟନ୍ତ ତାଙ୍କର ସଭ୍ୟ ପଦ କାଏମ ରଖିଛନ୍ତି ସୁପି୍ରମକୋର୍ଟ । ମିଥ୍ୟା ସତ୍ୟପାଠ ମାମଲାରେ ପୂର୍ବରୁ ହାଇକୋର୍ଟ ଯୋଗେଶଙ୍କ ସଭ୍ୟ ପଦ ରଦ୍ଧ କରିଥିବା ବେଳେ ସୁପି୍ରମ୍କୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଇଥିଲେ । ଏହାର ଶୁଣାଣି କରି ଆଜି ସୁପି୍ରମକୋର୍ଟ ଯୋଗେଶଙ୍କ ସଭ୍ୟ ପଦ କାଏମ ରଖିଛନ୍ତି । 

    ସୂଚନାଯୋଗ୍ୟଯେ, ୨୦୧୪ ସାଧାରଣ ନିର୍ବାଚନରେ ସେ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିଲେ ବୋଲି ଅଭିଯୋଗ ଆଣି ବିଜେପି ପ୍ରାର୍ଥୀ ସହଦେବ ଖାଖା ଓ ଅନ୍ୟ ଜଣେ ଭୋଟର ଅଜୟ ପଟେଲ ତାଙ୍କ ବିରୋଧରେ ପୃଥକ ପୃଥକ ମାମଲା ଦାୟର କରିଥିଲେ  । ସମସ୍ତ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣପତ୍ରକୁ ଅନୁଧ୍ୟାନ କରିବା ପରେ ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ ରଦ୍ଧ କରିଥିଲେ  ।

    ଯୋଗେଶଙ୍କ ସଭ୍ୟ ପଦ ରଦ୍ଧ ପରେ ବିରୋଧୀ ଦଳ ନେତାଙ୍କ ସାମ୍ବିଧାନିକ ପଦ ସଂକଟକୁ ଚାଲିଆସିଥିଲା  । ବିରୋଧୀ ଦଳ ନେତାର ମାନ୍ୟତା ପାଇବା ପାଇଁ ବିଧାନସଭାରେ ଅନୂନ୍ୟ ୧୫ ଜଣ ବିଧାୟକ ରହିବା ଦରକାର  । ୨୦୧୪ରେ କଂଗ୍ରେସର ୧୬ ଜଣ ବିଧାୟକ ନିର୍ବାଚିତ ହୋଇଥିବାବେଳେ ସୁବଳ ସାହୁଙ୍କ ମୃତୁ୍ୟ ପରେ ତାହା ୧୫କୁ ଖସି ଆସିଥିଲା  । ହାଇକୋର୍ଟ ଯୋଗେଶଙ୍କ ନିର୍ବାଚନ ଅସିଦ୍ଧ କରିଥିବାରୁ ଏନେଇ ସଂକଟ ସୃଷ୍ଟି ହୋଇଥିଲା  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook