Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟି୍ରପଲ ମର୍ଡର: ୯ଜଣଙ୍କୁ ଫାଶି ଦଣ୍ଡାଦେଶ

    Share on :
    Date: Apr 13, 2018    Views: 345

    ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଂଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଟି୍ରପଲ ମର୍ଡର ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ଗୁଣୁପୁର ଆଡସିନାଲ ଡିଷ୍ଟି୍ରକ୍ଟ ଜଜ (ଏଡିଜେ) ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶି ଦଣ୍ଡାଦେଶ ଦେଇଛନ୍ତି । ୨୦୧୬ ମସିହା ସେପ୍ଟେମ୍ବର ମାସରେ ଗୁଣୁପୁରର ପୁଟାସିଂହ ଥାନା କିଟ୍ରୁଗାଁର ଘଟିଥିଲା ଏହି ହତ୍ୟାକାଣ୍ଡ । ଗୋଟିଏ ପରିବାରର ବାପା, ମା’ ଓ ଝିଅକୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା ।

    କିଟ୍ରୁଗାଁର ବାପା ଆସିନ ଶବର, ମା’ ଅମ୍ବାଇ ତାଙ୍କ ଝିଅ ଆସମାନିଙ୍କୁ ଦୁର୍ବୃତମାନେ ହତ୍ୟା କରିଥିଲେ ।  ଉକ୍ତ ପରିବାର ଗୁଣିଗାରେଡ଼ି କରୁଥିବା ସନେ୍ଦହ କରି ଦୁର୍ବୃତମାନେ ସଂପୃକ୍ତ ବାପା, ମା ଓ ଝିଅକୁ ଗୋଟିଏ ଗୁହାଳ ଘରେ ପ୍ରଥମେ ଭର୍ତି କରି ରଖିଥଲେ । ପରେ ମା’ ଓ ଝିଅର ସମ୍ବେଦନଶୀଳ ସ୍ଥାନରେ ବିଷ ପ୍ରୟୋଗ କରିଦେଇଥିଲେ । ଏଭଳି ଅମାନବୀୟ ନିର୍ୟାତନା ଦେଇଥିଲେ ଦୁର୍ବୃତ । ପରେ ସେମାନଙ୍କୁ ଜୀଅନ୍ତା ଭାବେ ମାଟିତଳେ ପୋତି ଦେଇଥିଲେ ।  ପରଦିନ ସେମାନଙ୍କୁ ମାଟିତଳୁ ଉଦ୍ଧାର କରି ପୋଡ଼ି ମାରିଦେଇଥିଲେ । ପୁଲିସ୍ ମାଟିତଳୁ ସେମାନଙ୍କର ହାଡ଼ ସଂଗ୍ରହ କରିଥିଲା । 
    ଏହି ଘଟଣାରେ ପୁଲିସ୍ ସେତେବେଳେ ଏହାକୁ ଏକ ଚ୍ୟାଲେଞ୍ଜ ଗ୍ରହଣ କରି ୩ଟି ପର୍ୟ୍ୟାୟରେ ୧୦ଜଣଙ୍କୁ ଗିରଫ କରିଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ଜୁଭେନାଇଲ କୋର୍ଟକୁ ଚାଲାଣ କରାଯାଇଥିଲା । ଅନ୍ୟ ୯ଜଣଙ୍କୁ ପୁଲିସ୍ ଗିରଫ କରିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook