ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ । ଆଜି ୯ମ ଦିନରେ ଭାରତକୁ ପୁଣି ୩ଟି ସ୍ୱର୍ଣ୍ଣପଦକ ମିଳିଛି । ମହିଳା ୫୦ ମିଟର ରାଇଫଲରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଅଂଜୁମ ମୁଦଗଲ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ସେହିପରି ୨୫ମିଟର ରାପିଡ ଫାୟାର ପିସ୍ତଲରେ ୧୫ବର୍ଷୀୟ ଅନିସ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ୬୫କେଜି ଫି୍ରଷ୍ଟାଇଲ୍ କେଟେଗୋରୀରେ ରେସଲର ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଭାରତକୁ ୧୭ଟି ସ୍ୱର୍ଣ୍ଣ ମିଳିଥିବା ବେଳେ ୯ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ମିଳିଛି ।
ପୂର୍ବରୁ ଭାରତୀୟ ସୁଟର ହୀନା ସିଧୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଆଣିଥିଲେ । ୨୫ ମିଟର ପିଷ୍ଟଲ ପ୍ରତିଯୋଗିତାରେ ହୀନା ୩୮ ପଏଂଟ ପାଇ ରେକଡର଼୍ ସୃଷ୍ଟି କରିଥିଲେ ।
Comments ସମସ୍ତ ମତାମତ 0