Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବୈଜୟନ୍ତ ଏବେ କେଉଁ ଦଳର ?

    Share on :
    Date: Apr 12, 2018    Views: 2309

    ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବେ କେଉଁ ଦଳର ? ଉଭୟ ବୈଜୟନ୍ତ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କ ମତ ଶୁଣିବା ପରେ ସ୍ୱାଭାବିକ ଭାବେ ଏହି ପ୍ରଶ୍ନ ଉଠିଛି  । ଗୋଟିଏ ପଟେ ବୈଜୟନ୍ତ ବିଜେଡ଼ିକୁ ଆମ ଦଳ ବୋଲି କହୁଛନ୍ତି  । ଅର୍ଥାତ୍ ସେ ଏବେ ବିଜେଡ଼ିରେ ଅଛନ୍ତି ବୋଲି ସ୍ୱୀକାର କରୁଛନ୍ତି  । ତାହା ବି ସ୍ୱାଭାବିକ କଥା  । ଦଳରୁ ନିଲମ୍ବିତ ହୋଇଥିଲେ ବି ଏଯାଏଁ ସେ ବହିଷ୍କାର ହୋଇନାହାନ୍ତି  । ତେବେ ସେ ଆଗ ଭଳି ଶଙ୍ଖ ପତାକା ଓ ଫ୍ଲେକ୍ସ ଧରି ରାଲି କରିବାରୁ ନିଜକୁ ନିବୃତ ରଖିଛନ୍ତି  ।

    ତେବେ କେନ୍ଦ୍ରାପଡ଼ା ପାଣି ଟାଙ୍କି ଉଦଘାଟନ ଫଳକ ଭଙ୍ଗାଭଙ୍ଗି ଓ ରାଜନୈତିକ ବିବାଦକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଭିନ୍ନ ମତପୋଷଣ କରିଛନ୍ତି  । ସେ ସିଧା ସିଧା କହିଛନ୍ତିଯେ, ଯିଏ ଦଳରୁ ଗଲା ସେ ନିଜ କଥା ନିଜେ ବୁଝିବେ  । ଆମେ ତାଙ୍କ ସମ୍ପର୍କରେ କିଛି କହିପାରିବୁ ନାହିଁ  । ଅର୍ଥାତ୍ ବୈଜୟନ୍ତ ଏବେ ବିଜୁ ଜନତା ଦଳରେ ନାହାନ୍ତି ବୋଲି ପ୍ରମିଳା ସ୍ପଷ୍ଟ କରିଛନ୍ତି  । ପ୍ରମିଳାଙ୍କ ଏଭଳି ଉକ୍ତିରୁ ଜଣାପଡ଼ୁଛିଯେ, ଅନୌପଚାରିକ ଭାବେ ବୈଜୟନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ବିଜେଡ଼ି ଦଳରୁ ବିଦା କରିସାରିଛି  । ଖାଲି ବହିଷ୍କାର ନେଇ ଔପଚାରିକ ଘୋଷଣା ବାକି ରହିଛି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି  । 

    Maximum 500 characters

    ରାଜନୀତି View all

    Find Us on Facebook