Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୃହ ଭିତରେ ମୋବାଇଲ୍ ମନା

    Share on :
    Date: Apr 12, 2018    Views: 355

    ଭୁବନେଶ୍ୱର : ଏଣିକି ବିଧାୟକମାନେ ଗୃହ ଭିତରକୁ ମୋବାଇଲ୍ ଆଣି ଆସିପାରିବେ ନାହିଁ  । ଯଦି ଆଣିବେ ତେବେ ସ୍ୱିଚ୍ ଅଫ କରି ରଖିବେ  । ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଏହି ରୁଲିଂ ଦେଇଛନ୍ତି  ।
    ଗୃହକାର୍ଯ୍ୟ ଚାଲୁଥିବାବେଳେ କେତେକ ବିଧାୟକଙ୍କର ମୋବାଇଲ୍ ଫୋନ୍ ବାଜୁଥିବାରୁ ବାଚସ୍ପତି ଏଭଳି ନିଦେ୍ର୍ଧଶ ଦେଇଛନ୍ତି  । ଏଣିକି ବିଧାୟକମାନେ ଗୃହ ଭିତରକୁ ମୋବାଇଲ୍ ଆଣି ନଆସିବାକୁ ସେ କହିଥିଲେ  । ତେବେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେଯେ, ଆମେ ମୋବାଇଲ୍ ଆଣିବୁନି ନା ସ୍ୱିଚ ଅଫ କରି ରଖିବୁ ? ପରେ ବାଚସ୍ପତି କହିଥିଲେଯେ, ଗୃହକୁ ଯଦି କୌଣସି ବିଧାୟକ ମୋବାଇଲ୍ ଆଣି ଆସନ୍ତି ତେବେ ସ୍ୱିଚ୍ ଅଫ କରି ରଖିବାକୁ ପଡ଼ିବ  । ପୂର୍ବତନ ବାଚସ୍ପତିଙ୍କ ନିଦେ୍ର୍ଧଶ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ବାଚସ୍ପତି କହିଥିଲେ  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook