Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଅନୁଭବ ମହାନ୍ତି ଆହତ

    Share on :
    Date: Apr 12, 2018    Views: 2351

    ଭୁବନେଶ୍ୱର : ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ ହୋଇଛନ୍ତି  । ଫାଇଟିଂ ସିନ୍ ସୁଟିଂ ବେଳେ ତାଙ୍କ ପାଦରେ ଆଘାତ ଲାଗିଛି  । ଏକ ଘରୋଇ ହସପିଟାଲରେ ଅନୁଭବଙ୍କୁ ଚିକିତ୍ସିତ କରାଯାଉଛି  । ସେ ଏବେ ସୁସ୍ଥ ଅଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି  ।
    ତରଙ୍ଗ ସିନେ ପ୍ରଡ଼କ୍ସନର ରଜ ସିନେମା ପ୍ରେମ କୁମାରର ସୁଟିଂ ଚାଲିଥିବାବେଳେ ଅନୁଭବ ଆହତ ହୋଇଥିଲେ  । ଏକ ନିର୍ଦ୍ଧିଷ୍ଟ ଫାଇଟିଂ ସିନ୍ର ସୁଟିଂ ବେଳେ ଅଘଟଣ ଘଟିଥିଲା  । ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି  ।
    ସୂଚନାଯୋଗ୍ୟଯେ, ଆସନ୍ତା ରଜ ପାଇଁ ତରଙ୍ଗ ସିନେ ପ୍ରଡ଼କ୍ସନ ପ୍ରଯୋଜିତ ପ୍ରେମ କୁମାର ମୁକ୍ତି ଲାଭ କରିବ  । ଏଥିରେ ଅନୁଭବଙ୍କର ଭିନ୍ନ ସ୍ୱାଦର ଅଭିନୟ ଦେଖିବାକୁ ମିଳିବ  ।

    Maximum 500 characters

    କଳା View all

    Find Us on Facebook