Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ରାଜନୀତି : ଫୋକସରେ କଂଗ୍ରେସ

    Share on :
    Date: Apr 12, 2018    Views: 3373

    ଭୁବନେଶ୍ୱର : ବିଜେଡ଼ି କି ବିଜେପି ନୁହେଁ ରାଜ୍ୟ ରାଜନୀତିରେ ଏବେ ଫୋକସରେ ରହିଛି କଂଗ୍ରେସ  । କଂଗ୍ରେସର ବଢ଼ିବା ଓ ଛିଡ଼ିବା ଉପରେ ଦୁଇ ଦଳର ଭାଗ୍ୟ ଲଟକି ରହିଛି  । ୨୦୧୯ରେ କିଏ ଶକ୍ତିଶାଳୀ ହେବ ତାହା କଂଗ୍ରେସ ହିଁ ସ୍ଥିର କରିବ  । ତେଣୁ କଂଗ୍ରେସର ଗତିବିଧି ଉପରେ ଦୁଇ ଦଳର ନିଘା ରହିଥିବା ଦେଖିବାକୁ ମିଳିଛି  । ଖାଲି ବଡ଼ ବଡ଼ ନେତା ନୁହଁନ୍ତି କର୍ମୀମାନଙ୍କ ଠାରୁ ନେଇ ରାଜନୈତିକ ସମୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ କଂଗ୍ରେସର ଗୋଟି ଚାଳନାକୁ ନିରିଖେଇ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳୁଛି  ।

    ଗୋଟିଏ ପଟେ ଦଳର ବହୁ ବରିଷ୍ଠ ନେତା ପ୍ରସାଦ ବିରୋଧୀ ଅଭିଯାନରେ ମସଗୁଲ ଅଛନ୍ତି  । ପ୍ରସାଦ ହଟିଲେଯେ, କଂଗ୍ରେସ ମଜବୁତ ହୋଇଯିବ ତାହାର କୌଣସି ଗ୍ୟାରେଂଟି ନାହିଁ  । ତେବେ ପ୍ରସାଦ ହଟିଲେ ନିରଂଜନଙ୍କ ଭଳି ବିତଶାଳୀ ନେତା ଦାୟିତ୍ୱ ନେଲେ ହୁଏତ ସ୍ଥିତିରେ କିଛି ସୁଧାର ଆସିବ ବୋଲି କଂଗ୍ରେସ ନେତାମାନେ ଅନୁମାନ କରୁଛନ୍ତି  । ଗତ ଦେଢ଼ବର୍ଷ ଧରି ଏହି ଅଭିଯାନ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ  । ଏପର୍ଯ୍ୟନ୍ତ ମଧ୍ୟ ରାହୁଲ ଗାନ୍ଧୀଙ୍କ ବ୍ଲୁଆଏଡ଼ ବୟ ଭାବେ ପ୍ରସାଦ ବିବେଚିତ ହେଉଛନ୍ତି  । ପ୍ରସାଦ ବିରୋଧୀ କ୍ୟାମ୍ପର ସବୁ ପେଂଚପାଂଚ ଫେଲ ମାରିସାରିଛି  । ଶେଷ ପ୍ରୟାସ ଭାବେ ଅପ୍ରେଲ ୧୮କୁ ଅପେକ୍ଷା କରାଯାଇଛି  । ଗୋଟିଏ ପଟେ ଜିତେନ୍ଦ୍ର ସିଂହ କଂଗ୍ରେସରେ ଆମୂଳଚୁଳ ପରିବର୍ତନ ହେବବୋଲି କହୁଥିବାବେଳେ ଅପରପକ୍ଷରେ ପ୍ରସାଦ ହରିଚନ୍ଦନ ମଧ୍ୟ ଖୁବଶୀଘ୍ର କଂଗ୍ରେସର ନବକଳେବର ହେବବୋଲି କହୁଛନ୍ତି  । ଫଳରେ ପ୍ରସାଦ ବିରୋଧୀ କ୍ୟାମ୍ପ ଓ ସମର୍ଥକ କ୍ୟାମ୍ପ ଦୋଛକିରେ ପଡି ଯାଇଛନ୍ତି  । ଆମୂଳଚୁଳ ପରିବର୍ତନ ବନାମ ନବକଳେବର ଭିତରେ ସମସ୍ତେ ଅଟକି ଯାଇଛନ୍ତି  । ଜିତେନ୍ଦ୍ର ସିଂହଙ୍କ କଥା ପ୍ରସାଦ ବିରୋଧୀ କ୍ୟାମ୍ପକୁ ଉତ୍ସାହିତ କରିଥିବାବେଳେ ପ୍ରସାଦ ଯେଉଁଭଳି ଭାବେ ଆତ୍ମବିଶ୍ୱାସର ସହ ନବକଳେବର ନେଇ ମତ ଦେଇଛନ୍ତି ତାହା ପ୍ରସାଦ କ୍ୟାମ୍ପକୁ ଉତ୍ସାହିତ କରିଛି  । ଆମୂଳଚୁଳ ପରିବର୍ତନ ଓ ନବକଳେବର ଅର୍ଥ ପିସିସି ସଭାପତି ବଦଳିବେ ବୋଲି ଗୋଟିଏ ଗୋଷ୍ଠୀ ଅନୁମାନ କରୁଥିବାବେଳେ ଅନ୍ୟ ଗୋଷ୍ଠୀ ମତରେ ପ୍ରସାଦ ପିସିସି ସଭାପତି ରହିବେ, ହେଲେ ଦଳରେ ଥିବା ଗୋଛିକଟାଙ୍କର ପରିବର୍ତନ ହେବବୋଲି କୁହାଯାଉଛି  ।

    ତେବେ କଂଗ୍ରେସ ତା’ର କାଡର଼୍ ଖୋଲୁନଥିବାରୁ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟ ଦୋଛକିରେ ପଡ଼ି ଯାଇଛନ୍ତି  । କାହିଁକିନା ପ୍ରସାଦ ଓ ନିରଂଜନଙ୍କ ପାଇଁ ଦୁଇ ଦଳ ଭିନ୍ନଭିନ୍ନ ରଣନୀତି କରିବେ  । ଯେଉଁ ଲୋକମାନେ ନିରଞ୍ଜନ ପଟ୍ଟନାୟକଙ୍କ ଗୋଷ୍ଠୀରେ ଅଛନ୍ତି ସେମାନେ ସମୟକୁ ଅପେକ୍ଷା କରିଛନ୍ତି  । ଯଦି ନିରଞ୍ଜନ ନହୁଅନ୍ତି ତେବେ ଅନେକ ନେତା ଦଳ ଛାଡ଼ିବା ପାଇଁ ମସୁଧା କରୁଛନ୍ତି  । କିନ୍ତୁ ଏବେଠାରୁ ବିଜେଡ଼ି ଓ ବିଜେପି ପକ୍ଷରୁ ଅଫର ଆସୁଥିଲେ ବି ସେମାନେ ସ୍ପଷ୍ଟ ଭାବେ କହିପାରୁନାହାନ୍ତି  । କାହିଁକିନା କାଲି କି କାଲି ନିରଞ୍ଜନ ସଭାପତି ହେଲେ ସେମାନେ ପୁଣି କଂଗ୍ରେସ ବାହୁଡ଼ିବାର ସମ୍ଭାବନା ରହିଛି  । କଂଗ୍ରେସରୁ ଅନ୍ୟ ଦଳକୁ ଯିବାକୁ ଗୋଡ଼ ଟେକିଥିବା ପ୍ରସାଦ ବିରୋଧୀ ନେତାମାନେ ଏବେ ଦୋଛକିରେ ଥିବାରୁ ବିଜେଡ଼ି ଓ ବିଜେପି ମଧ୍ୟ ମିଶ୍ରଣ ପର୍ବ କରିପାରୁନାହାନ୍ତି  । ସେହିପରି ଯଦି ନିରଂଜନ ସଭାପତି ହୁଅନ୍ତି ତେବେ କେତେକ ନିର୍ଦ୍ଧିଷ୍ଟ ଆସନରେ କଂଗ୍ରେସ ଚାଙ୍ଗା ହୋଇଯିବ  । ତାହାର ମୁକାବିଲା କିଭଳି କରାଯିବ ସେନେଇ ମଧ୍ୟ ବିଜେଡ଼ି ଓ ବିଜେପି ଅଙ୍କ କଷି ପାରୁନାହାନ୍ତି  । ନିର୍ବାଚନ ବି ପାଖେଇ ଆସିଲାଣି  । ମୁଣ୍ଡ ଉପରେ ପୌର ନିର୍ବାଚନ  । ଅପରପକ୍ଷରେ ଯେଉଁ ନେତାମାନେ ନିରଂଜନ ନହେଲେ ଦଳ ଛାଡ଼ିବେ ବୋଲି ମନସ୍ଥ କରିଛନ୍ତି ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଂଗଠନକୁ ମଜବୁତ୍ କରିପାରୁନାହାନ୍ତି  । ଫଳରେ କର୍ମୀମାନେ ଦୁଇ ଦଳ ଭିତରୁ କେଉଁଠିକୁ ଯିବେ ଚୟସ ଜାରି ରଖିଛନ୍ତି  । ସେମାନେ ଉଭୟ ଦଳର ନେତାଙ୍କ ସହ ଯୋଗାଯୋଗରେ ଥିଲେ ମଧ୍ୟ ବିଜେଡ଼ି କି ବିଜେପି କ୍ୟାମ୍ପ ପକ୍ଷରୁ ସେହି କର୍ମୀଙ୍କୁ ଏବେ ନେଇ ରିସ୍କ ନେବାକୁ ଚାହୁଁନାହାଁନ୍ତି  । ଯଦି ନିରଂଜନ ସଭାପତି ନହୁଅନ୍ତି ତେବେ ତାଙ୍କ କ୍ୟାମ୍ପର ଲୋକଙ୍କୁ ଅନ୍ୟ ଦଳକୁ ଛାଡ଼ିଦେବେ ନା ସେମାନଙ୍କୁ ନେଇ ଏକ ଆଂଚଳିକ ଦଳ ଗଠନ କରିବେ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି  । 

    Maximum 500 characters

    ରାଜନୀତି View all

    Find Us on Facebook