Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଡାକ୍ତରଖାନାରୁ ଡିସଚାର୍ଜ ହେଲେ ରୀମା

    Share on :
    Date: Apr 12, 2018    Views: 987

    କଟକ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ହୋଇଥିବା ନବବଧୂ ରୀମା ସାହୁ ଆଜି କଟକ ବଡ଼ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବଡ଼ ଡାକ୍ତରଖାନାର ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ । ରୀମାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି । ଗତକାଲି ରୀମାଙ୍କ ଇଏନଟି ପରୀକ୍ଷା ରିପୋର୍ଟ ମିଳିବା ପରେ ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । 
    ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୧ ତାରିଖରେ ପାଟଣାଗଡ଼ର ନନବିବାହିତା ଦମ୍ପତି ସୌମ୍ୟଶେଖର ସାହୁ ଓ ରୀମା ସାହୁ ଘରେ ଥିବା ବେଳେ କେହି ଜଣେ ବ୍ୟକ୍ତି ତାଙ୍କୁ ଏକ ପାର୍ସଲ ଗିଫ୍ଟ ପ୍ରଦାନ କରିଥିଲେ । ବିବାହ ଗିଫ୍ଟ ଭାବି ସୌମ୍ୟଶେଖର ତାହାକୁ ଖୋଲିଥିଲେ । ଏହି ସମୟରେ ତାଙ୍କ ପାଖରେ ଥିଲେ ପତ୍ନୀ ରୀମା ଓ ଜେଜେମା’ । ପାର୍ସଲ ବୋମା ଖୋଲିବା ମାତ୍ରେ ତାହା ବିସ୍ଫୋରଣ କରିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରର ଛାତ ମଧ୍ୟ ଉଡ଼ାଇ ଦେଇଥିଲା । ଘଟଣାସ୍ଥଳରେ ମୃତୁ୍ୟବରଣ କରିଥିଲେ ଜେଜେମା’ଙ୍କର ମୃତୁ୍ୟ ହୋଇଯାଇଥିଲା । ସୌମ୍ୟଶେଖର ଓ ରୀମାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସୌମ୍ୟ ଶେଖରଙ୍କର ମଧ୍ୟ ଡାକ୍ତରଖାନାରେ ମୃତୁ୍ୟ ହୋଇଯାଇଥିଲା । ରୀମାଙ୍କୁ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook