Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପାଣି ଟାଙ୍କି ରାଜନୀତି ଜୋର ଧରିଲା : ସାଂସଦଙ୍କ ନାମ ଫଳକ ଭାଙ୍ଗିଦେଲେ ବିରୋଧୀ

    Share on :
    Date: Apr 12, 2018    Views: 691

    ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପୁରୁଷୋତମପୁରରେ ପାଣିଟାଙ୍କି ଉଦଘାଟନକୁ ରାଜନୀତି ଜୋର ଧରିଛି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାଂସଦ ପାଣ୍ଠିରେ ପୁରୁଷୋତମପୁରରେ ନିର୍ମିତ ହୋଇଥିଲା ଏହି ପାଣିଟାଙ୍କି । ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏହି ପାଣିଟାଙ୍କି ନିର୍ମିତ ହୋଇଥିଲା । ଆଜି ଏହି ପାଣିଟାଙ୍କିକୁ ସାଂସଦ ଶ୍ରୀ ପଣ୍ଡା ଉଦ୍ଘାଟନ କରିଥିଲେ । ତେବେ ପାଣିଟାଙ୍କି ଉଦଘାଟନର କିଛି ସମୟରେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ ଉକ୍ତ ପାଣିଟାଙ୍କି ନାମ ଫଳକକୁ ଭାଙ୍ଗି ଦେଇଛନ୍ତି । ଏହି ପାଣିଟାଙ୍କି ଉଦ୍ଘାଟନକୁ ବିରୋଧ କରିଛନ୍ତି ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡ଼ା । ସେ କହିଛନ୍ତି ଯେ ପୂର୍ବରୁ ଏହି ପାଣିଟାଙ୍କିକୁ ସେ ନିଜେ ଉଦଘାଟନ କରିଥିବା ବେଳେ ପୁଣି ଆଜି କାହିଁକି ବୈଜୟନ୍ତ ଉଦଘାଟନ କରିଥିଲେ । ସାଂସଦଙ୍କ ଉଦଘାଟନକୁ ବିରୋଧ କରି ଅଧ୍ୟକ୍ଷା ଧାରଣାରେ ବସିଥିଲେ । ସାଂସଦଙ୍କ ପାଣ୍ଠିରେ ନିର୍ମିତ ପାଣିଟାଙ୍କିକୁ ଅଧ୍ୟକ୍ଷା କାହିଁକି ଉଦଘାଟନ କରିଥିଲେ ବୋଲି ପଚାରିବାରୁ ତାଙ୍କୁ ବିଧାୟକ କହିଥିଲେ ବୋଲି କହିଛନ୍ତି ଅଧ୍ୟକ୍ଷା ସୀତାଲତା । 
    ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଦେଇଛି ‘ପାଣିଟାଙ୍କି’  । ବୈଜୟନ୍ତଙ୍କ ପାଣି ଟାଙ୍କି ବିଜେଡ଼ି ନେତାଙ୍କ ଦେହରେ ନିଅାଁ ଲଗାଇ ଦେଇଛି  । ପାଣି ଟାଙ୍କି ଲୋକଙ୍କ ଶୋଷ ଅପେକ୍ଷା ରାଜନୈତିକ ଶୋଷ ମାରୁଥିବା ଚର୍ଚ୍ଚା ହେଉଛି  । ବୈଜୟନ୍ତଙ୍କ ପାଣି ଟାଙ୍କି ଉଦଘାଟନ ରାଜନୀତିକୁ ସ୍ଥାନୀୟ ନେତାମାନେ ଚେକ୍ ଦେଉଥିବା ଦେଖିବାକୁ ମିଳିଛି  । ମାର୍ଶାଘାଇରେ ବୈଜୟନ୍ତଙ୍କ ପୂର୍ବରୁ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ପାଣିଟାଙ୍କି ଉଦଘାଟନ କରିଥିବାବେଳେ ଆଜି ସେହି ପାଣିଟାଙ୍କିକୁ ପୁଣି ବୈଜୟନ୍ତ ଉଦ୍ଘାଟନ କରିଛନ୍ତି  । ତେବେ ସାଂସଦଙ୍କ ଉପସ୍ଥିତିରେ ଉଦ୍ଘାଟନର ବିଧି ରହିଥିବାରୁ ଆଜି ହିଁ ପ୍ରକୃତରେ ଲୋକାର୍ପଣ ହେଲା ବୋଲି ବୈଜୟନ୍ତ କହିଛନ୍ତି  । ଅପରପକ୍ଷରେ ଆଳି ସଂଶିଧାରେ ବୈଜୟନ୍ତଙ୍କ ସାଂସଦ ପାଣ୍ଠିରେ ନିର୍ମିତ ଏକ ପାଣିଟାଙ୍କିକୁ ସ୍ଥାନୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ଜାଣିବାକୁ ମିଳିଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook