Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଓଡ଼ିଶାର ୪ କୋଇଲା ଖଣି ଡବଲୁ୍ୟସିଏଲ ବଦଳରେ ଏମସିଏଲକୁ ମିଳୁ

    Share on :
    Date: Apr 12, 2018    Views: 107

    ଭୁବନେଶ୍ୱର : ଓଡ଼ିଶାର ୪ କୋଇଲା ଖଣିକୁ କେନ୍ଦ୍ର ସରକାର ଡବଲୁ୍ୟସିଏଲ ହାତରେ ଟେକିଦେବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିବା ସହ ଏହି ଖଣିଗୁଡ଼ିକୁ ଏମସିଏଲକୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏ ନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଛନ୍ତି । 
    ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ରାମ୍ପିଆ, ଡିପରାମ୍ପିଆ, ଘୋଗରାପଲ୍ଲୀ ଓ ଡିପଘୋଗରାପଲ୍ଲୀ କୋଇଲା ଖଣିକୁ ଏମସିଏଲ ବଦଳରେ ୱେଷ୍ଟର୍ଣ୍ଣ କୋଲ୍ଡ ଫିଲ୍ଡ ଲିମିଟେଡକୁ ଦେବାପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ନିଷ୍ପତି ନେଇଥିବା ଜାଣିବାକୁ ପାଇଛନ୍ତି । କୋଇଲା ଖଣି ପରିଚାଳନା ପାଇଁ ଜମି ଅଧିଗ୍ରହଣ, ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ପରିବାରକୁ ପୁନର୍ବାସ ଓ ଥଇଥାନ ପାଇଁ ସ୍ଥାନୀୟ ପ୍ରଶାସନ ସହ ସୁସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି । ଡବଲୁ୍ୟସିଏଲର ମୁଖ୍ୟ କାର୍ଯ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଥିବା ବେଳେ ତାହା ଏହି ସମସ୍ୟାର ଫଳପ୍ରଦ ସମାଧାନ କରିପାରିବ ନାହିଁ । ଫଳରେ କୋଇଲା ଖଣି ପରିଚାଳନାରେ ସମସ୍ୟା ମଧ୍ୟ ସୃଷ୍ଟି ହେବ । ମହାନଦୀ କୋଲଫିଲ୍ଡ ୨୦୧୭-୧୮ରେ ୧୪୩ ନିୟୁତ ଟନ କୋଇଲା ଉପôାଦନ କରି ରେକର୍ଡ ସୃଷ୍ଟି କରିଛି । ଏହାଛଡ଼ା ପ୍ରଭାବିତ ପରିବାରର ପୁନର୍ବାସ ଓ ଥଇଥାନ ଉପରେ ଏମସିଏଲ ଗୁରୁତ୍ୱାରୋପ କରୁଥିବାରୁ ସ୍ଥାନୀୟ ଗୋଷ୍ଠୀଙ୍କ ସହ ମଧ୍ୟ ସଂପର୍କ ଦୃଢ଼ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । 
    ଏହି ପରିପ୍ରେକ୍ଷୀରେ ନିଷ୍ପତିର ପୁନର୍ବିଚାର କରିବା ସହ ଓଡ଼ିଶାର ୪ ଖଣି ରାଜ୍ୟ ବାହାରେ ଥିବା ଡବଲୁ୍ୟସିଏଲ୍କୁ ନଦେଇ ଏମସିଏଲକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଯଦି ଏମସିଏଲ ଏହି କୋଇଲା ଖଣିଗୁଡ଼ିକର ପରିଚାଳନା କରିବାକୁ ଅସମର୍ଥ ହୁଏ ତେବେ କୋଲ ଇଣ୍ଡିଆ ପକ୍ଷରୁ ତାଳଚେର କୋଲ ଫିଲ୍ଡ ଓ ଏମସିଏଲ ପାଇଁ ଅତିରିକ୍ତ କମ୍ପାନୀ ପ୍ରତିଷ୍ଠା କରାଗଲେ ଇବ୍ ଭ୍ୟାଲି ଅଂଚଳରେ ଅଧିକ ଉପôାଦନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook