Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଘନଉଛି ପାଣି ଟାଙ୍କି ରାଜନୀତି, ବୈଜୟନ୍ତଙ୍କୁ ଚେକ୍ ଦେଉଛନ୍ତି ସ୍ଥାନୀୟ ନେତା

    Share on :
    Date: Apr 12, 2018    Views: 1021

    ଭୁବନେଶ୍ୱର : କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଦେଇଛି ‘ପାଣିଟାଙ୍କି’  । ବୈଜୟନ୍ତଙ୍କ ପାଣି ଟାଙ୍କି ବିଜେଡ଼ି ନେତାଙ୍କ ଦେହରେ ନିଅାଁ ଲଗାଇ ଦେଇଛି  । ପାଣି ଟାଙ୍କି ଲୋକଙ୍କ ଶୋଷ ଅପେକ୍ଷା ରାଜନୈତିକ ଶୋଷ ମାରୁଥିବା ଚର୍ଚ୍ଚା ହେଉଛି  । ବୈଜୟନ୍ତଙ୍କ ପାଣି ଟାଙ୍କି ଉଦଘାଟନ ରାଜନୀତିକୁ ସ୍ଥାନୀୟ ନେତାମାନେ ଚେକ୍ ଦେଉଥିବା ଦେଖିବାକୁ ମିଳିଛି  । ମାର୍ଶାଘାଇରେ ବୈଜୟନ୍ତଙ୍କ ପୂର୍ବରୁ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ପାଣିଟାଙ୍କି ଉଦଘାଟନ କରିଥିବାବେଳେ ଆଜି ସେହି ପାଣିଟାଙ୍କିକୁ ପୁଣି ବୈଜୟନ୍ତ ଉଦ୍ଘାଟନ କରିଛନ୍ତି  । ତେବେ ସାଂସଦଙ୍କ ଉପସ୍ଥିତିରେ ଉଦ୍ଘାଟନର ବିଧି ରହିଥିବାରୁ ଆଜି ହିଁ ପ୍ରକୃତରେ ଲୋକାର୍ପଣ ହେଲା ବୋଲି ବୈଜୟନ୍ତ କହିଛନ୍ତି  । ଅପରପକ୍ଷରେ ଆଳି ସଂଶିଧାରେ ବୈଜୟନ୍ତଙ୍କ ସାଂସଦ ପାଣ୍ଠିରେ ନିର୍ମିତ ଏକ ପାଣିଟାଙ୍କିକୁ ସ୍ଥାନୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ଜାଣିବାକୁ ମିଳିଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook