Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆମ ଗାଁ ଆମ ବିକାଶ : ୧.୪୪ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

    Share on :
    Date: Apr 11, 2018    Views: 133

    ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ସୁବାଇ ଗ୍ରାମ ପଂଚାୟତ, ଯାଜପୁର ଜିଲ୍ଲାର ରସୁଲପୁର ଗ୍ରାମ ପଂଚାୟତ, ସମ୍ବଲପୁରଜିଲ୍ଲାର ଭୋଜପୁର ଓ ଗଞ୍ଜାମ ଜିଲ୍ଲାର ବବନପୁର ଗ୍ରାମ ପଂଚାୟତ ପାଇଁ ୧ କୋଟି ୪୪ ଲକ୍ଷ ଟଙ୍କାର ୩୨ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହିତ ମଂଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ  । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୋରାପୁଟ ଜିଲ୍ଲାର ସୁବାଇ ଗ୍ରାମ ପଂଚାୟତର ୩୯ ଲକ୍ଷ ଟଙ୍କାର ୯ଟି, ଯାଜପୁର ଜିଲ୍ଲାର ରସୁଲପୁର ଗ୍ରାମ ପଂଚାୟତର ୩୭ ଲକ୍ଷ ଟଙ୍କାରେ ୯ଟି, ସମ୍ବଲପୁର ଜିଲ୍ଲାର ଭୋଜପୁର ଗ୍ରାମ ପଂଚାୟତର ୩୫ ଲକ୍ଷ ଟଙ୍କାରେ ୮ଟି ଏବଂ ଗଂଜାମ ଜିଲ୍ଲାର ବବନପୁର ଗ୍ରାମ ପଂଚାୟତର ୩୩ ଲକ୍ଷ ଟଙ୍କାରେ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି  ।

    ଭିଡ଼ିଓ କନଫେରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତଗୁଡ଼ିକର ସରପଂଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ  । ସେମାନଙ୍କ ଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଂଜୁରୀ ପ୍ରଦାନ କରିଥିଲେ  । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିବନ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

    ସୂଚନାଯୋଗ୍ୟଯେ, ମାର୍ଚ୍ଚ ୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇ ଦିନ ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ  । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଂଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook