ମୁଖ୍ୟ ଖବର
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗତ ୨୦୧୭ ମସିହା ନଭେମ୍ବର ୧୬ ତାରିଖରେ ତାଙ୍କର ସ୍ୱାମୀ ଏସିଡ ମାଡ଼ କରିଥିଲେ । ଛାତ୍ରୀଙ୍କ ଜଣଙ୍କୁ ତାଙ୍କ କ୍ଲାସରୁମ୍ରୁ ଡାକିଆଣି ଏସିଡ ମାଡ଼କରି ଫେରାର ହୋଇଯାଇଥିଲେ । ପୁଲିସ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସ ପାଇଁ ଭର୍ତି କରିଥିଲା । ଦୀର୍ଘଦିନ ଧରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଥିଲେ । ସେହିଦିନ ଠାରୁ କ୍ରାଇମବ୍ରାଂଚ ଏକ ଟିମ୍ ଏସିଡି ଫିଙ୍ଗିଥିବା ଜହ୍ଲାଦ ସ୍ୱାମୀଙ୍କୁ ଖୋଜୁ ବୁଲୁଥିଲା । ଆଜି ମୁମ୍ବାଇର ତାଙ୍କୁ ଗିରଫ କରିଛି । ତେବେ ପୀଡ଼ିତାଙ୍କ ସ୍ୱାମୀ ନିରଂଜନ ପ୍ରଧାନ ନଭିମୁମ୍ବାଇର ଭାସିଗାଓଁଠାରେ ଏକ କମ୍ପାନୀ ଡେଲିଭରୀ ବୟ ଭାବେ ନାଁ ବଦଳାଇ କାମ କରୁଥିଲା । କ୍ରାଇମବ୍ରାଂଚାର ଏକ ଟିମ୍ ଆଜି ତାଙ୍କୁ ଗିରଫ କରିଛି ।
Comments ସମସ୍ତ ମତାମତ 0