Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    କଥକ ଶିଖୁଛନ୍ତି ଜ୍ୟାକଲିନ

    Share on :
    Date: Apr 11, 2018    Views: 127

    ବଲିଉଡ୍ ନାୟିକା ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ ବର୍ତମାନ ସଲ୍ମାନ ଖାନଙ୍କ ସହିତ ‘ରେସ୍ ୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଜ୍ୟାକ୍ଲିନ ବହୁତ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ବର୍ତମାନ ତିନୋଟିରୁ ଅଧିକ ଫିଲ୍ମର କାମ ରହିଛି । ପୁଣି ଗୋଟିଏ ପରେ ଗୋଟିଏର ଶୁଟିଂ କରିବାରେ ଲାଗିଛନ୍ତି ସେ । ତା’ ଭିତରେ ବି କଥକ ଶିଖିବା ପାଇଁ ଯେମିତି ହେଉ ସମୟ ବାହାର କରୁଛନ୍ତି ଜ୍ୟାକ୍ଲିନ । ତେବେ ସବୁଠୁ ବଡ଼କଥା ସେ ଏବେ କଥକ ଶିଖୁଛନ୍ତି । ଏବେ ଜ୍ୟାକ୍ଲିନ ପୂରା ଧ୍ୟାନ କେନ୍ଦ୍ରିତ କରୁଛନ୍ତି ଶାସ୍ତ୍ରୀୟ ନୃତ୍ୟ କଥକ ଶିଖିବାରେ । ସଂଗୀତର ତାଳ ଓ ଲୟ ଅନୁସାରେ ଯେମିତି ପାଦ ପଡ଼ିବ ସେଥିପ୍ରତି ଖୁବ୍ ଯତ୍ନବାନ ଅଛନ୍ତି ସେ । ସ୍ୱଳ୍ପ ପୋଷାକ ଛାଡ଼ି ଜ୍ୟାକ୍ଲିନ ଏବେ ଚୁଡ଼ିଦାର, କୁର୍ତା ଏବଂ ଲମ୍ବା ସ୍କଟ୍ ପିନ୍ଧିବାର ଦେଖିବାକୁ ମିଳୁଛି । କେବଳ ଉପରଠାଉରିଆ ଭାବରେ ନୁହେଁ, ପ୍ରଦର୍ଶନ ଯେମିତି ଜଣେ ନିୟମିତ କଥକ ଶିଳ୍ପୀ ଭଳି ହେବ, ସେଥିପାଇଁ ଯଥା ସମ୍ଭବ ଯତ୍ନବାନ ଅଛନ୍ତି ସେ । ତେବେ ଜ୍ୟାକ୍ଲିନ୍ ହଠାତ୍ କଥକ ଶିଖିବା ପାଇଁ ଏତେ ଆଗ୍ରହୀ କାହିଁକି ତାହା ଅବଶ୍ୟ ଜଣାପଡ଼ିନାହିଁ । 

    Maximum 500 characters

    କଳା View all

    Find Us on Facebook