ମୁଖ୍ୟ ଖବର
ଆଲଜେରିଆ: ଆଲଜେରିଆରେ ଥିବା ବୌଫାରିକ୍ ଏୟାରପୋର୍ଟ ନିକଟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣଙ୍କ ମୃତୁ୍ୟ ହୋଇଛି । ବୁଧବାର ସକାଳୁ ୧୦୦ରୁ ଊଦ୍ଧ୍ୱର୍ ସୈନବାହିନୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା । ସେମାନଙ୍କ ମଧ୍ୟରୁ ୨୬ଜଣ ୱେଷ୍ଟର୍ଣ୍ଣ ସାହରାରେ ବୋଲି ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ୧୪ଟି ଆମ୍ବୁଲାନ୍ସ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବିମାନବନ୍ଦରକୁ ଲାଗିରହିଥିବା ସବୁ ରାସ୍ତାକୁ ସିଲ୍ କରିଦିଆଯାଇ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରାଯାଇଛି । ବିମାନଟି ଠିକ୍ ଉଡ଼ାଣ କରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।
Comments ସମସ୍ତ ମତାମତ 0