Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସୁପରିକିଙ୍ଗସ୍ର ରୋମାଂଚକର ବିଜୟ

    Share on :
    Date: Apr 11, 2018    Views: 75

    ଚେନ୍ନାଇ : ଆଇପିଏଲ୍ ୧୧ରେ ଚେନ୍ନାଇ ସୁପରକିଙ୍ଗସ୍ ରୋମାଂଚକର ବିଜୟ ହାସଲ କରିଛି । ସେନ ୱାଟସନ୍ ଓ ସାବ୍ ବିଲିଙ୍ଗସ୍ଙ୍କ ନିସ୍ତୁକ ପ୍ରହାର ବଳରେ କୋଲକାତା ନାଇଟ ରାଇଡର୍ସକୁ ୫ ୱିକେଟ୍ରେ ପରାସ୍ତ କରିଛି । ଆନେ୍ଧ୍ରରସଲଙ୍କ ୧୧ଟି ଛକା ସହ ଅପରାଜିତ ୮୮ରନ୍ ବଳରେ ପ୍ରଥମେ ବ୍ୟାଟିଂ କରି କୋଲାକାତା ନାଇଟ ରାଇଡର୍ସ ୬ ୱିକେଟ୍ରେ ୨୦୨ରନ୍ ସଂଗ୍ରହ କରିଥିଲା । ପରେ ସାମ୍ ବିଲିଙ୍ଗସ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍ ବାକିଥାଇ ୫ ୱିକେଟ୍ ହରାଇ ୨୦୩ ରନ୍ର ପିଛା କରି ଚେନ୍ନାଇ ସୁପରକିଙ୍ଗସ୍ ବିଜୟୀ ହୋଇଥିଲା । 

    ଚେନ୍ନାଇ ଟସ୍ ଜିତି ଫିଲ୍ଡିଂ ନେବା ପରେ ୧୫ ଓଭର ଯାଏଁ କୋଲକାତା ନାଇଟ ରାଇଡର୍ସକୁ ନିୟନ୍ତ୍ରଣରେ ରଖିଥିଲା । ୧୫ ଓଭରରେ କେକେଆର ୫ ୱିକେଟରେ ୧୨୩ ରନ୍ କରିଥିଲା । ତେବେ ଶେଷ ୫ ଓଭରରୁ କେକେଆର ୭୯ରନ୍ କରି ନେଇଥିଲା । ସୁନୀଲ ନାରାୟଣ ୪ଟି ବଲରୁ ୨ଟି ଛକା ସହ ୧୨ ରନ୍ କରି ଆଉଟ ହେବା ପରେ କି୍ରସ ଲିନ୍ ୧୬ ବଲରୁ ୪ଟି ଚୌକା ସହ ୨୨ରନ୍ କରିଥିଲେ । ବାମହାତୀ ନୀତିଶ ରାଣା ୧୪ବଲରୁ ୩ଟି ଛକା ଓ ୨ଟି ଚୌକା ସହ ୨୯ ରନ୍ କରି କରି ଆଉଟ ହୋଇଥିଲେ । 

    ୬ଓଭରରେ ଚେନ୍ନାଇ ୭୫ ରନ୍ କରିଥିବା ବେଳେ ସୁରେଶ ରୈନା ୧୪ରନ୍ କରି ଆଉଟ୍ ହୋଇଯାଇଥିଲେ । ୭ଓଭରରୁ ଚେନ୍ନାଇ ୯୧ରନ୍ ଆବଶ୍ୟକ କରୁଥିବା ବେଳେ ସାମ ବିଲିଙ୍ଗସ୍ ଆକ୍ରମଣ ଆରମ୍ଭ କରିଥିଲେ । ଅଧିନାୟକ ମହେନ୍ଦ୍ର ସିଂ ଧୋନି ଧୀମା ବ୍ୟାଟିଂ କରି୨୮ରନ୍ ବଲ୍ରୁ ୨୫ରନ୍ କରି ଆଉଟ ହୋଇଥିଲେ । ୯ଟି ବଲ୍ରୁ ୧୯ରନ୍ ଆବଶ୍ୟକ ଥିବା ବେଳେ ବିଲିଙ୍ଗସ୍ ଆଉଟ ହୋଇଯାଇଥିଲେ । ଶେଷ ଓଭରରେ ୧୭ରନ୍ ଆବଶ୍ୟକ ଥିବା ବେଳେ ବିନୟ କୁମାରଙ୍କ ପ୍ରଥମ ବଲ ନୋ’ବଲ ଏବଂ ଏଥିରେ ଛକା ହେବାରୁ ଚେନ୍ନାଇର ବିଜୟ ସହଜ ହୋଇଯାଇଥିଲା । ଟମ୍ କରନ ୨ଟି ୱିକେଟ ପାଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook