Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଅନୁଭବ-ବର୍ଷାଙ୍କ ଜୀବନରେ ଧୂମକେତୁ କିଏ?

    Share on :
    Date: Apr 11, 2018    Views: 5593

    ଭୁବନେଶ୍ୱର: ‘ବିବାହ ହେଉଛି ପବିତ୍ର ବନ୍ଧନ । ଏହା କେବଳ ଦୁଇଟି ଲୋକଙ୍କୁ ନୁହେଁ, ଦୁଇଟି ପରିବାରକୁ ଯୋଡ଼ିଥାଏ । ମୋ ସ୍ୱାମୀଙ୍କୁ ମୁଁ ବହୁତ ଭଲ ପାଏ । ତାଙ୍କ ସଙ୍ଗରେ ସାରାଜୀବନ ରହିବାକୁ ଚାହେଁ । ମୁଁ ତାଙ୍କ ପାଇଁ ହିଁ ଜନ୍ମ ହୋଇଛି । ଆପଣମାନେ ଆମର ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କାମନା କରନ୍ତୁ । ଆମ ବିବାହ ଉପରେ କାହାର ଖରାପ ନଜର ନଲାଗୁ । ଆପଣମାନେ ଆମ ପାଇଁ ଭଗବାନ । ଯେପର୍ଯ୍ୟନ୍ତ ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ଆମମାନଙ୍କ ସାଙ୍ଗରେ ରହିଛି ସେପର୍ଯ୍ୟନ୍ତ ଆମକୁ କେହି ଅଲଗା କରିପାରିବେନି । ଜୟ ଜଗନ୍ନାଥ ।’ 

    ସୋସିଆଲ ମିଡିଆରେ ବର୍ଷା ପି୍ରୟଦର୍ଶିନୀଙ୍କ  ଏହି ପୋଷ୍ଟକୁ ନେଇ ଏବେ ଢେ଼ର ଚର୍ଚ୍ଚା ସୃଷ୍ଟି ହୋଇଛି । ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ଆଉ କେହି ତୃତୀୟ ଲୋକ ଧୁମକେତୁ ଭଳି ପ୍ରବେଶ କରିଛି । ଓଲିଉଡର ହିଟ୍ ଯୋଡ଼ି ବର୍ଷା ଓ ଅନୁଭବଙ୍କ ପ୍ରେମ ସଂପର୍କ ବୈବାହିକ ରୂପ ନେଇଥିଲା । ତେବେ ଗତ କିଛିଦିନ ଧରି ଉଭୟଙ୍କ ସଂପର୍କ ପୂର୍ବଭଳି ମଜଭୁତ ନଥିବା ଚର୍ଚ୍ଚା ହେଉଛି । ଖାଲି ବର୍ଷା ନୁହନ୍ତି, ଅନୁଭବଙ୍କ ଆଉ ଏକ ପୋଷ୍ଟ ମଧ୍ୟ ସୃଷ୍ଟି କରିଛି । ଯେଉଁଥିରେ ସେ ଲେଖିଥିଲେ ‘ଆପଣ ଯାହାସହ ରହୁଛନ୍ତି ସେ ଯଦି ଆପଣଙ୍କର ଭଲପାଇବା, ଆପଣଙ୍କର ତ୍ୟାଗ, ଆପଣଙ୍କର ନୀରବତା ଓ ଆପଣଙ୍କର ଭାବନାକୁ ବୁଝିପାରେନା ତେବେ ତାଙ୍କ ସହ ରହିବା ବୋକାମୀ’ । ସେ ବର୍ଷାଙ୍କ ନାଁ ନନେଇଥିଲେ ମଧ୍ୟ ଓଲିଉଡ ଇଣ୍ଡଷ୍ଟି୍ରରେ ବର୍ଷା-ଅନୁଭବଙ୍କ ଫାଟ ରହିଥିବା ଚର୍ଚ୍ଚା ହେଉଛି ।

    ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବର୍ଷା-ଅନୁଭବଙ୍କ ଜୀବନ ପରିଧି ଭିତରକୁ ଆଉଜଣେ ଓଲିଉଡ ନାୟିକା ଧସେଇ ପଶିଛନ୍ତି । ଯାହାଙ୍କ ପାଇଁ ପ୍ରାୟ ଗତ ବର୍ଷେ ଧରି ଉଭୟଙ୍କ ବୈବାହିକ ଜୀବନ ଓ ସଂପର୍କ ପ୍ରଭାବିତ ହୋଇଛି । 

    ଓଲିଉଡ କି ବଲିଉଡ୍ରେ ନାୟକ ନାୟିକାଙ୍କର ପ୍ରେମ-ବିବାହ-ବିଚ୍ଛେଦ ନୂଆ କଥା ନୁହେଁ । ଯଦି ଅନୁଭବ ଓ ବର୍ଷାଙ୍କ କ୍ଷେତ୍ରରେ ଏଭଳି ହେଉଥାଏ ତେବେ ଅନୁଭବଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି । କାହିଁକିନା ଆଜିକା ଦିନରେ ଅନୁଭବଙ୍କ ପରିଚୟ ଓଲିଉଡ୍ ମଧ୍ୟରେ ସୀମିତ ନାହିଁ । ଏବେ ସେ ବିଜେଡିର ଲୋକପି୍ରୟ ସାଂସଦ । ପ୍ରତି ନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଦେଖିବାକୁ ମିଳୁଛି । ନବୀନଙ୍କର ମଧ୍ୟ ସେ ଅତ୍ୟନ୍ତ ଖାସ ବୋଲି ବିଜେଡି ଅଳିନ୍ଦରେ ଚର୍ଚ୍ଚା ହେଉଛି । ଯଦି ଏଭଳି ହେଉଥାଏ ତେବେ ନବୀନ ଏହାକୁ ହାଲୁକାରେ ଗ୍ରହଣ କରିପାରିବେ ନାହିଁ । କାହିଁକି ନା ଏକଦା ନବୀନଙ୍କ ଅତ୍ୟନ୍ତ ପାଖଲୋକ ଭାବେ ବିବେଚିତ ରଘୁନାଥ ମହାନ୍ତିଙ୍କୁ ମଧ୍ୟ ପାରିବାରିକ ମାମଲା କାରଣରୁ ଦଳରୁ ବିଦା କରାଯାଇଥିଲା । ଏଥିପ୍ରତି ଅନୁଭବ ମଧ୍ୟ ସତର୍କ ରହିବା ଦରକାର ବୋଲି ତାଙ୍କ ଫ୍ୟାନ୍ମାନେ ମତପୋଷଣ କରନ୍ତି ।

    Maximum 500 characters

    କଳା View all

    Find Us on Facebook