Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ସରକାରକୁ ଆସିଲେ ହେବ ମହାନଦୀ ବିବାଦର ସମାଧାନ : ଅରୁଣ ସିଂହ

    Share on :
    Date: Apr 11, 2018    Views: 1123

    ଭୁବନେଶ୍ୱର : ବିଜେଡ଼ି ସରକାରରେ ଥିବା ଯାଏଁ ମହାନଦୀ ବିବାଦର ସମାଧାନ ହୋଇପାରିବ ନାହିଁ  । ବିଜେଡ଼ିର ମନୋଭାବ ସଫା ନୁହେଁ  । ବିଜେପିର ମନୋଭାବ ସଫା  । ସରକାରକୁ ଆସିଲେ ୬ ମାସ ମଧ୍ୟରେ ମହାନଦୀ ବିବାଦର ସମାଧାନ ହେବବୋଲି କହିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂହ  ।

    ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୈଠକ ପାଇଁ ଅରୁଣ ସିଂହ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି  । ଗଣମାଧ୍ୟମକୁ ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀ ସିଂହ କହିଲେଯେ, ଆମ ସଂଗଠନରେ କୌଣସି ପରିବର୍ତନ ହେବ ନାହିଁ  । ରାଜ୍ୟରେ ଏବେ ଗୋଟିଏ ପରିବର୍ତନ ଦରକାର  । ବିଜେଡ଼ିକୁ ହଟାଇ ବିଜେପିକୁ ସରକାରକୁ ଆଣିବା ହେଉଛି ପରିବର୍ତନ ବୋଲି ଅରୁଣ କହିଛନ୍ତି  । 

    ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି  । ବୈଠକରେ ରାଜ୍ୟର ସମସ୍ତ ପ୍ରମୁଖ ନେତା, ବିଧାୟକ ଓ ଜିଲ୍ଲା କାର୍ଯ୍ୟକର୍ତାମାନେ ଉପସ୍ଥିତ ଅଛନ୍ତି  । ବିଜେପୁର ଉପନିର୍ବାଚନ ସଂକ୍ରାନ୍ତରେ ସମୀକ୍ଷା ହେବା ସହ ଆସନ୍ତା ୧୪ରେ ହେବାକୁ ଥିବା ଗ୍ରାମ ସ୍ୱରାଜ କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା ହେବବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ରାଜନୀତି View all

    Find Us on Facebook