Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାନଦୀ ପାଇଁ ଗୃହ କାର୍ଯ୍ୟ ଠପ୍

    Share on :
    Date: Apr 11, 2018    Views: 275

    ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି  । ଶାସକ ବିଜେଡ଼ି ବିଧାୟକମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ଼ ସରକାର ବିରୋଧରେ ଗର୍ଜିଛନ୍ତି  । ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ବିଜେଡ଼ି ବିଧାୟକମାନେ ମହାନଦୀ ପ୍ରସଙ୍ଗରେ ହାଲାବୋଲ କରିବାରୁ ଗୃହ କାର୍ଯ୍ୟ ଠପ୍ ହୋଇଯାଇଛି  ।  ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି  । ଅପରପକ୍ଷରେ ବିଜେଡ଼ି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀ ପ୍ରତିମୂର୍ତି ତଳେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ।

    ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି  । ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟ ଆରମ୍ଭ କରିଥିଲେ  । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ଆସନରୁ ଠିଆ ହୋଇ ଉତର ରଖିବା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳ କରିଥିଲେ  । ମହାନଦୀ ଟ୍ରିବୁନାଲ ଆମର ଦାବି, କେନ୍ଦ୍ର ସରକାରଙ୍କ ଛତିଶଗଡ଼ ପ୍ରୀତି ଛି...ଛି...., ହାଏ ହାଏ, ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେ଼ଇ ଚାଲିଛି ଓ ଚାଲିବ ବୋଲି ନାରାବାଜି କରି ଗୃହକୁ କମ୍ପେଇ ଦେଇଥିଲେ  । ବିଜେଡ଼ି ବିଧାୟକମାନଙ୍କ ହାଲାବୋଲ ଓ ନାରାବାଜି ଯୋଗୁଁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉତର ଶୁଣାଯାଇନଥିଲା  । ଅପରପକ୍ଷରେ ବାଚସ୍ପତି ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଶାସକ ଦଳ ବିଧାୟକମାନଙ୍କୁ ଅନୁରୋଧ କରିଥିଲେ  । ତେବେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆହୋଇ ପୂର୍ବଭଳି ନାରାବାଜି ଜାରି ରଖିଥିଲେ  । ଫଳରେ ଗୃହ ଚଳାଇବା ସମ୍ଭବପର ନହେବାରୁ ବାଚସ୍ପତି ଗୃହକ ପୂର୍ବାହ୍ନ ୧୦ଟା ୩୩ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ  ।

    ଗୃହ ମୁଲତବୀ ହେବା ପରେ ଶାସକ ଦଳ ବିଧାୟକମାନେ ନାରାବାଜି କରି ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ତଳକୁ ଯାଇଥିଲେ  । ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ତଳେ ଫ୍ଲେକ୍ସ ବ୍ୟାନର ପ୍ରଦର୍ଶନ କରି ବିଧାୟକମାନେ ନାରାବାଜି କରିଥିଲେ  । ବ୍ୟାନରରେ ‘ମହାନଦୀ ମହାପ୍ରତାରଣା ବିରୁଦ୍ଧରେ ଆନେ୍ଦାଳନ ଆଉ ଧାରଣା’ ଓ ‘କେନ୍ଦ୍ର ସରକାର ଓ ଛତିଶଗଡ଼ ଚକ୍ରାନ୍ତର ଜୁଇରେ ଓଡ଼ିଶାବାସୀଙ୍କୁ ବିଶ୍ୱାସଘାତକତା-ପାଣି ନାହିଁ ମହାନଦୀରେ’ ବୋଲି ଉଲ୍ଳେଖ ରହିଥିଲା  । ବିଧାୟକମାନେ ବ୍ୟାନର ପ୍ରଦର୍ଶନ କରିବା ସହ ମହାନଦୀ ପାଇଁ ଲଢେ଼ଇ ଚାଲିଛି ଓ ଚାଲିବ, ମହାନଦୀ ପାଇଁ ରାଜରାସ୍ତାରେ ଲଢେ଼ଇ ହେବ, କେନ୍ଦ୍ର ଓ ଛତିଶଗଡ଼ ସରକାର ହାଏହାଏ ବୋଲି ନାରାବାଜି କରିଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook