Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଟାଇଟଲରଙ୍କୁ ମଂଚରୁ ତଡ଼ିଲେ ରାହୁଲ, ବାପିଙ୍କୁ ପାଖରେ ବସାଇଲେ ପ୍ରସାଦ

    Share on :
    Date: Apr 11, 2018    Views: 7945

    ଭୁବନେଶ୍ୱର : ଉପବାସ ବ୍ରତ ପାଳନ ପୂର୍ବରୁ ରାଜଘାଟ ମଂଚ ଉପରୁ ଟାଇଟଲରଙ୍କୁ ତଡ଼ି  ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଥିବାବେଳେ ମାଷ୍ଟରକ୍ୟାଂଟିନ ଛକରେ କିନ୍ତୁ ବାପି ସର୍ଖେଲଙ୍କୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଥିଲା  । ଯାହାକୁ ନେଇ କଂଗ୍ରେସରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ହାଇକମାଣ୍ଡଙ୍କ ନିକଟକୁ ଫଟୋ ଓ ଭିଡ଼ିଓ ମଧ୍ୟ ପଠା ଯାଇସାରିଛି  । ଅପରପକ୍ଷରେ ଫଟୋ ଓ ଭିଡ଼ିଓ ଦେଖିବା ପରେ ରାହୁଲ କ୍ଷୁବ୍ଧ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରିଛନ୍ତି  ।

    ଦେଶରେ ଶାନ୍ତି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ଅଖିଳ ଭାରତୀୟ କଂଗ୍ରେସ ପକ୍ଷରୁ ସାରା ଦେଶରେ ଉପବାସ ବ୍ରତ ପାଳନ କରାଯାଇଥିଲା  । ଦିଲ୍ଲୀରେ ରାଜଘାଟ ଠାରେ ରାହୁଲଙ୍କ ନେତୃତ୍ୱରେ ଉପବାସ ବ୍ରତ ରଖିଥିଲେ ବରିଷ୍ଠ କଂଗ୍ରେସ ନେତା  । ତେବେ ଗୋଟିଏ ପଟେ ଉପବାସ ରଖିବା ପୂର୍ବରୁ କେତେକ କଂଗ୍ରେସ ନେତା ସୋଲେ ଭତୁରେ ଖାଉଥିବାର ଦୃଶ୍ୟ ଭାଇରାଲ୍ ହୋଇଥିବାବେଳେ ରାହୁଲ କିନ୍ତୁ ସମସ୍ତଙ୍କୁ ଚକମା ଦେଇଥିଲେ  । ରାଜଘାଟ ମଂଚ ଉପରକୁ ଯିବା ପୂର୍ବରୁ ସେ ଟାଇଟଲରଙ୍କୁ ହଟାଇ ଦେବାକୁ କହିଥିଲେ  । ଶିଖ୍ ଦଙ୍ଗା ମାମଲାରେ ସେ ଜଡ଼ିତ ଥିବାରୁ ରାହୁଲ ଏଭଳି ନିଷ୍ପତି ନେଇଥିଲେ  । ଦିଲ୍ଲୀ ପିସିସି ସଭାପତି ଅଜୟ ମାକେନ ଟାଇଟଲରଙ୍କୁ ରାହୁଲଙ୍କ ନିଷ୍ପତି ସମ୍ପର୍କରେ ଅବଗତ କରାଇବା ପରେ ଟାଇଟଲର ମଂଚ ଛାଡ଼ି ପଳାଇ ଯାଇଥିଲେ  । ଧିରେଧିରେ କଂଗ୍ରେସ ନିଜର ଭାବମୂର୍ତି ସଜାଡ଼ିବାରେ ଲାଗିଛି ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ହେଉଛି  ।

    ତେବେ ମାଷ୍ଟର କ୍ୟାଂଟିନ୍ ଛକରେ ପିସିସି ପକ୍ଷରୁ ହୋଇଥିବା ଉପବାସ ବ୍ରତ ପାଳନ ଅବସରରେ ବରିଷ୍ଠ ନେତାମାନଙ୍କ ସହ ବାପି ସର୍ଖେଲ ଓ ରାଜକିଶୋରଙ୍କ ଭଳି କେତେକ ନେତା ବସିଥିବା ଦେଖିବାକୁ ମିଳିଥିଲା  । ଟାଇଟଲରଙ୍କ ପ୍ରସଙ୍ଗରେ ଦିଲ୍ଲୀରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ବାପି ସର୍ଖେଲ ଓ ରାଜକିଶୋରଙ୍କୁ ଧରି ପ୍ରସାଦ କିଭଳି ଉପବାସ ବ୍ରତ ରଖିଲେ ବୋଲି ଉପକୂଳର ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି  । ସେ କହିଲେଯେ, ପାରାଦୀପର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ବାପି ସର୍ଖେଲ ଯୋଡ଼ି ହୋଇଯାଇଛନ୍ତି  । ତାଙ୍କୁ ପୁଲିସ ଗିରଫ ମଧ୍ୟ କରିଥିଲା  । ୨୦୧୬ ନଭେମ୍ବରରେ ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ଗତବର୍ଷ ଅଗଷ୍ଟରେ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ  । ତେଣୁ ତାଙ୍କୁ ମଂଚ ଉପରେ ବସାଇବାର ଫଟୋ ଓ ଭିଡ଼ିଓକୁ ସେମାନେ ହାଇକମାଣ୍ଡଙ୍କୁ ପଠାଇବା ପାଇଁ ବାଧ୍ୟ ହୋଇଛନ୍ତି  । ହାଇକମାଣ୍ଡ ମଧ୍ୟ ଏନେଇ ପ୍ରସାଦଙ୍କ ଉପରେ କ୍ଷୁବ୍ଧ ଥିବା ସେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି  । ସେହିପରି ରାଉରକେଲାର ଜଣେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମଂଚରେ ଦେଖିବାକୁ ମିଳିଥିଲା  । ଆସନ୍ତା ଅପ୍ରେଲ ୧୮ରେ ଜିତେନ୍ଦ୍ର ସିଂହ ଯଦି ଓଡ଼ିଶା ଆସନ୍ତି ତେବେ ତାଙ୍କ ନିକଟରେ ମଧ୍ୟ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook