Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ବିଜେଡ଼ି ଟାର୍ଗେଟରେ ଜାଗୀ ପଣ୍ଡା

    Share on :
    Date: Apr 11, 2018    Views: 2407

    ଭୁବନେଶ୍ୱର : ମେକ ଇନ୍ ଓଡ଼ିଶା କନକ୍ଲେଭରୁ ଭାରତୀୟ ଶିଳ୍ପ ମହାସଂଘ ଓହରିଯିବାକୁ ନେଇ ରାଜନୀତି ଜୋର ଧରିଛି  । ମେକ ଇନ୍ ଓଡ଼ିଶା-୨୦୧୬ରେ ଭାରତୀୟ ଶିଳ୍ପ ମହାସଂଘ ସହଯୋଗୀ ଭାବେ ଯୋଗ ଦେଇଥିବାବେଳେ ଚଳିତ ବର୍ଷ ଓହରି ଯାଇଥିବାରୁ ବିଜୁ ଜନତା ଦଳ ଜାଗୀ ମଙ୍ଗତ ପଣ୍ଡାଙ୍କୁ ଟାର୍ଗେଟ୍ କରିଛି  । 

    ନିକଟରେ ଜାଗୀ ପଣ୍ଡା ଭାରତୀୟ ଶିଳ୍ପ ମହାସଂଘର ପୂର୍ବାଚଂଳ ରାଜ୍ୟ ପରିଷଦର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ  । ତେଣୁ ସେ ହିଁ ଭାରତୀୟ ଶିଳ୍ପ ମହାସଂଘକୁ ପ୍ରଭାବିତ କରି ଏଭଳି କରିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି  । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତିଯେ, ୨୦୧୬ରେ ମହାସଂଘ ରାଜ୍ୟ ସରକାରଙ୍କୁ ସହଯୋଗ କରିଥିଲା  । ୨୦୧୮ରେ  ହେବାକୁ ଥିବା କନକ୍ଲେଭରେ ସହଯୋଗ କରିବାକୁ ଆଗେଇ ଆସିଥିଲା  । ରାଜ୍ୟ ସରକାରଙ୍କ ସହ ମହାସଂଘର ବିଚାରବିମର୍ଷ ସରିଥିଲା  । ଫେବୃଆରୀ ମାସ ପର୍ଯ୍ୟନ୍ତ କନକ୍ଲେଭ ପାଇଁ ମହାସଂଘ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଥିଲା  । ହଠାତ୍ ମହାସଂଘ ଦୂରେଇ ଯାଇଛି  । ଜାଗୀ ମଙ୍ଗତ ପୂର୍ବାଂଚଳର ଅଧ୍ୟକ୍ଷା ଦାୟିତ୍ୱ ନେବା ପରେ ଏଭଳି ପରିବର୍ତନ ଲକ୍ଷ୍ୟ କରାଯାଇଛି  । ଏଭଳି ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ବିଜେଡ଼ି ନିନ୍ଦା କରୁଛି ବୋଲି ସସ୍ମିତ କହିଛନ୍ତି  । 

    ତେବେ ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜାଗୀ ପଣ୍ଡା  । ସେ କହିଛନ୍ତିଯେ, ଏଥିରେ ତାଙ୍କର କୌଣସି ସଂପୃକ୍ତି ନାହିଁ  । ଅନେକ ବର୍ଷ ହେଲା ସେ ଓଡ଼ିଶାରେ ଶିଳ୍ପ ମହାସଂଘ କାର୍ଯ୍ୟକଳାପରେ ସଂପୃକ୍ତ ନାହାନ୍ତି  । ସଂଘର ସମସ୍ତ ନିଷ୍ପତି ରାଜ୍ୟ କମିଟି ନେଇଥାଏ  । ରାଜ୍ୟ କମିଟି ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥାଏ  । ତେଣୁ କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ କମିଟି ସହଯୋଗ କରିବ ବୋଲି ଜାଗୀ କହିଛନ୍ତି  ।

    ଅପରପକ୍ଷରେ ଶିଳ୍ପ ମହାସଂଘର ଏଭଳି ନିଷ୍ପତି ପରେ ଅସନ୍ତୋଷ ବ୍ୟକ୍ତ କରି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଅରୁଣ ସିଂହ ଏବଂ ଉପାଧ୍ୟକ୍ଷ ସୁବ୍ରତ ତି୍ରପାଠୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook