Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ମ୍ୟାଚରେ ସାପ ଛାଡ଼ିବାକୁ ଧମକ

    Share on :
    Date: Apr 10, 2018    Views: 1377

    ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡ଼ିୟମ୍ରେ ଆଇପିଏଲ ମ୍ୟାଚ ବନ୍ଦ ପାଇଁ ତାମିଜହାଗା ଭାଜମୁରିମାଇ କାଟ୍ଚି (ଟିଭିକେ) ନାମକ ଏକ ସଂଗଠନ ଧମକ ଦେଇଛି  ।  ଯଦି ଆଇପିଏଲ ମ୍ୟାଚ୍ ହୁଏ ତେବେ ସେମାନେ ଷ୍ଟାଡ଼ିୟମ୍ରେ ସାପ ଛାଡ଼ିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି  ।

    ଆଜି ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡ଼ିୟମ୍ରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡ଼ରସ ମଧ୍ୟରେ ଆଇପିଏଲ୍ ମ୍ୟାଚ ହେବ  । ଏନେଇ ଟିଭିକେ ମୁଖ୍ୟ ଭେଲମୁରୁଗାନ୍ କହିଛନ୍ତିଯେ, ଯଦି ଚେନ୍ନାଇ କ୍ରୀଡ଼ାସୂଚୀ ମୁତାବକ ଆଜି କୋଲକାତା ନାଇଟ୍ ରାଇଡ଼ରସ ସହ ଖେଳେ ତେବେ ସେମାନେ ଷ୍ଟାଡ଼ିୟମ୍ରେ ସାପ ଛାଡ଼ିଦେବେ  । କାବେରୀ ନଦୀରୁ ଅଧିକ ଜଳ ଦାବିରେ ସେମାନେ ଏଭଳି ପ୍ରତିବାଦ କରୁଛନ୍ତି ବୋଲି ଭେଲମୁରୁଗାନ୍ କହିଛନ୍ତି  । ଅପରପକ୍ଷରେ ସିଏସକେର ସିଇଓ କେଏସ ବିଶ୍ୱନାଥନ କହିଛନ୍ତିଯେ, ନିର୍ଦ୍ଧାରିତ କ୍ରୀଡ଼ା ସୂଚୀ ଅନୁଯାୟୀ ହୋମଗ୍ରାଉଣ୍ଡରେ ସିଏସକେ ଖେଳିବ  । ଆମେ ଚେନ୍ନାଇ ପୁଲିସକୁ ଏନେଇ ଅବଗତ କରିଥିବାବେଳେ ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବେ ବୋଲି ବିଶ୍ୱନାଥନ୍ କହିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook