Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓୟୁଏଟି କୁଳପତି

    Share on :
    Date: Apr 10, 2018    Views: 143

    ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆଜି କୁଳପତି ପ୍ରଫେସର ସୁରେନ୍ଦ୍ର ପଶୁପାଳକ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଶ୍ୱବିଦ୍ୟାଳୟର ସଫଳତା ସଂପର୍କରେ ଅବଗତ କରାଇଥିଲେ । ଦେଶର ସମସ୍ତ କୃଷି ବିଶ୍ୱବିଦ୍ୟାୟର ୪ଟି ସ୍ନାତକୋତର ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟରୁ ଜୁନିଅର ରିସର୍ଚ ଫେଲୋସିପ୍ର ସଂଖ୍ୟା ଦୃଷ୍ଟିରୁ ଓୟୁଏଟି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହା କୃଷି ବିଜ୍ଞାନ ତଥା ଇଂଜିନିୟରିଂ ଓ ଟେକ୍ନୋଲୋଜି ଏହି ଦୁଇଟି କାର୍ଯ୍ୟକ୍ରମରେ ଗବେଷଣା ପାଇଁ ଦ୍ୱିତୀୟ ସ୍ଥାନ ପାଇଛି । ଭାରତୀୟ କୃଷି ଓ ଗବେଷଣା ପରିଷଦ ପକ୍ଷରୁ ଏହି ସ୍ଥାନ ପ୍ରଦାନ କରାଯାଇଛି । ସେହିପରି ସର୍ବଭାରତୀୟ ଗେଟ୍ ୨୦୧୮ ପରୀକ୍ଷାର ଓୟୁଏଟିର ଚତୁର୍ଥ ବାର୍ଷିକ ଛାତ୍ର ଜ୍ୟୋତିରଂଜନ ବାରିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସର୍ବଭାରତୀୟ କୃଷି ବିଶ୍ୱବିଦ୍ୟାଳୟ ଯୁବ ଉତ୍ସବ ଏଗ୍ରୀ ୟୁନିଫେଷ୍ଟ ୨୦୧୮ରେ ମଧ୍ୟ ଓୟୁଏଟି ଚାମ୍ପିଅନ ହୋଇ ସୁନାମ ଅର୍ଜନ କରିଛି । ସୂଚନାଯୋଗ୍ୟ, ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଆଇସିଏଆର ଠାରୁ ଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ୨୫ କୋଟି ଟଙ୍କା ପୁରସ୍କାର ପାଇଛି । ଏହା ଜାତୀୟସ୍ତରରେ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ୯୧ତମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି । ଏହି ସାକ୍ଷାତ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଓ ମହାବିଦ୍ୟାଳୟର ଡିନ୍ ଡ. ଏଲ୍ ଏମ୍ ଗଡ଼ନାୟକ, କୃଷି ଓ ଇଂଜିନିୟରିଂ ଟେକ୍ନୋଲୋଜି ବିଭାଗ ଡଃ ଏସ୍ କେ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook