Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଖରିଆରରେ ସଂରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ

    Share on :
    Date: Apr 10, 2018    Views: 299

    ନୂଆପଡ଼ା : ଜାତି ଭିତିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆଜି କେତେକ ଦଳ ଓ ସାମାଜିକ ସଂଗଠନ ଭାରତ ବନ୍ଦର ଡାକରା ଦେଇଥିବାବେଳେ ନୂଆପଡ଼ାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି  । ଖରିଆର ଥାନା ଛକ ନିକଟରେ ସଂରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି  । ପ୍ରଥମେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା  । ତେବେ କଥା ସେତିକିରେ ସରିନଥିଲା  । ଉତକ୍ଷିପ୍ତ ଯୁବକମାନେ ପରସ୍ପର ଉପରକୁ ଟେକା ପଥର ମଧ୍ୟ ମାଡ଼ କରିଥିଲେ  । ଫଳରେ କେତେକ ଯୁବକ ଆହତ ହୋଇଥିବା ଜାଣିବାକୁ ମିଳିଛି  ।
    ସୂଚନାଯୋଗ୍ୟଯେ, ଗତ ଅପ୍ରେଲ ୨ରେ ଏସସି ଏସଟି ଆଇନକୁ ନେଇ ଭାରତ ବନ୍ଦର ଡାକରା ଦିଆ ଯାଇଥିଲା  । ତେବେ ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଥିବାରୁ ସାଧାରଣ ବର୍ଗ ପକ୍ଷରୁ ଏହାକୁ ବିରୋଧ କରାଯାଇଛି  । ଏହାଦ୍ୱାରା ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ପଛରେ ପଡ଼ିଯାଉଛନ୍ତି  । ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି ଉଠିଛି  । ସାରା ଭାରତରେ ଏହି ଡାକରା ଦିଆଯାଇଥିବାବେଳେ ପୁଲିସ ପାଇଁ ତାହା ଚିନ୍ତାର କାରଣ ହୋଇପଡ଼ିଛି  । ଅପ୍ରେଲ ୨ ଭାରତ ବନ୍ଦ ବେଳେ ଅନେକ ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଥିବାରୁ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ଗାଇଡ଼ଲାଇନ୍ ଜାରି କରାଯାଇଥିଲା  । 

    Maximum 500 characters

    ଆଂଚଳିକ View all

    Find Us on Facebook