Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଢୁଛି ବିଜେଡି, ଛିଡୁଛି କଂଗ୍ରେସ, ଅସ୍ଥିର ବିଜେପି

    Share on :
    Date: Apr 10, 2018    Views: 1581

    ଭୁବନେଶ୍ୱର(ଦେବଦତ୍ତ ରଥ):ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ବିଭିନ୍ନ ଦଳ କିନ୍ତୁ ଏବେଠାରୁ କସରତ ଆରମ୍ଭ କରିଦେଲେଣି। କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଲାଣି।

    ଅତି ଦୁର୍ବଳ ସ୍ଥିତି ଭିତରେ କଂଗ୍ରେସ ଏବେ ବିଭିନ୍ନ ରାଜ୍ୟରେ ମେଣ୍ଟ କରିବା ପ୍ରୟାସ ସମେତ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା,ଦଳିତ ତଥା ଜାତିବାଦ କାର୍ଡ ଖେଳିବା ଆଦି ପରି ରଣନୀତି ଜାରି ରଖିଛି।ବିଜେପି ମୋଦୀଙ୍କ ଚେହେରା ସମେତ ବିକାଶ ଆଦି ନାମରେ ତାର ରଣନୀତି ଚଲାଇଥିବା ବେଳେ ବିଜେଡି ମଧ୍ୟ ଓଡ଼ିଶାରେ ନବୀନଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ ରହିଥିବା ସହ ବିକାଶର କଥା କହୁଛି।

    କିନ୍ତୁ ଏସବୁ ଭିତରେ ଦେଖିବାକୁ ଗଲେ ଓଡ଼ିଶାରେ ଯେ ବାସ୍ତବରେ ବିଜେଡି ବଢୁଛି ଏବଂ କଂଗ୍ରେସ ଛିଡୁଛି।ସତେ ଯେପରି ମୋଦୀ/ଅମିତ ଶାହାଙ୍କ କଂଗ୍ରେସ ମୁକ୍ତ ଭାରତ ନ୍ୟାରାକୁ ନବୀନ କାର୍ୟ୍ୟକାରୀ କରୁଛନ୍ତି।ଏବଂ ଏ ଭିତରେ ବିଜେପି ଓଡ଼ିଶା ଅସ୍ଥିରତା ଭିତରେ ରହିଛି।କେନ୍ଦ୍ରରେ କଂଗ୍ରେସର ଅତ୍ୟନ୍ତ ଦୁର୍ବଳ ସ୍ଥିତି ଭିତରେ ପ୍ରଦେଶ କଂଗ୍ରେସରେ ଗୋଷ୍ଠି ବିବାଦ ଲାଗି ରହିଛି।ଅବଶ୍ୟ ଏବେ କଂଗ୍ରେସର ନବ ନିଯୁକ୍ତ ଓଡ଼ିଶା ପ୍ରଭାରୀ ସଭାପତି ସମେତ ଦଳରେ ଆମୂଳଚୂଳ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। କିନ୍ତୁ ନେଡି ଗୁଡ଼ କହୁଣୀକୁ ବହି ଗଲା ପରି ଏ ଭିତରେ ଅନେକ ନେତା କଂଗ୍ରେସରେ ନିଜ ଭବିଷ୍ୟତକୁ ନେଇ ଆଉ ସୁରକ୍ଷିତ ମଣୁ ନାହାଁନ୍ତି।ଫଳ ସ୍ୱରୂପ ଅନେକ ଦଳ ପରିବର୍ତ୍ତନ କରୁଛନ୍ତି ଏବଂ କେତେ ଅନାଇ ବସିଛନ୍ତି। ଏହାର ଭରପୁର ଫାଇଦା ନେଉଛି ବିଜେଡି।ଗୋଟେ ପରେ ଗୋଟେ ପ୍ରଭାବୀ ନେତାଙ୍କୁ ଦଳରେ ସାମିଲ କରୁଛି।ପୂର୍ବରୁ ବିରୋଧୀ ଦଳ ନେତା ଭୁପେନ୍ଦର ସିଂ,ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ,କଂଗ୍ରେସର ଜଣେ ଭଲ ପ୍ରବକ୍ତା ସୁଲୋଚନା ଦାସ ଆଦିଙ୍କୁ ଦଳରେ ସାମିଲ କରି ସାରିଥିବା ବେଳେ ବିଜେପୁର ନିର୍ବାଚନ ପୂର୍ବରୁ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରିବା ସହ ବିଜେପୁରରୁ ପାର୍ଥି କରାଇ ଏବଂ ଜିତାଇ ଏକ ମାଷ୍ଟର ଷ୍ଟୋକ ଖେଳିଲା।ଏହାର ତୁରନ୍ତ ବାଦ ଅଚ୍ୟୁତ ସାମନ୍ତ,ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ସାମିଲ କରାଇ ୮ ଘଣ୍ଟା ଭିତରେ ରାଜ୍ୟସଭା ପାର୍ଥି ଘୋଷଣା କଲା।ପୁଣି ନବୀନଙ୍କ ବ୍ରହ୍ମପୁର ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ତଥା କଂଗ୍ରେସର ଜଣେ ହେଭିୱେଟ ଯୁବ ନେତା ବିକ୍ରମ ପଣ୍ଡାଙ୍କୁ ଦଳରେ ସାମିଲ କରାଇଲା।ଏବଂ ଏବଂ ପୁଣି ଅନ୍ୟ ଜଣେ ପ୍ରଭାବୀ ନେତା ମାନସ ମଙ୍ଗରାଜ ବିଜେଡିରେ ଯୋଗ ଦେଲେ।
      କଂଗ୍ରେସର ଦୃବଳତାର ସୁଯୋଗ ନେଇ ବିଜେଡି ତାର ମିଶ୍ରଣ ପ୍ରକ୍ରିୟା ଜୋରଦାର କରି କାୟା ବିସ୍ତାର କରି ଚାଲିଥିବା ବେଳେ ବିଜେପି କିନ୍ତୁ ଏଥିରେ ପଛରେ ପଡିଯାଇଛି।ପୂର୍ବରୁ ଦଳରେ ମିଶିଥିବା ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ପରି ନେତା ଏବେ ବିଜେପିଠାରୁ ସଂପୂର୍ଣ ଦୂରେଇ ରହୁଥିବା ବେଳେ ବିଜେପିରେ ସେପରି କେହି ହେଭିୱେଟ ନେତାଙ୍କ ଯୋଗଦାନ ଦେଖିବାକୁ ମିଳୁନି।ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଭିତରେ ନିଜ ଆଧିପତ୍ୟ ସଙ୍କୁଚିତ ହେବା ଭୟରେ ପ୍ରଭାବୀ ନେତାଙ୍କୁ ଦଳରେ ସାମିଲ କରାଇ ଦିଆଯାଉ ନାହିଁ ବୋଲି ଆଲୋଚନା ହେଉଛି।ଏଥିପାଇଁ ଏକ ଗୋଷ୍ଠି ରୀତିମତ ଯୋଜନା କରୁଛନ୍ତି ବୋଲି କଥା ଉଠୁଛି।
       ଏବଂ ଏବେ ଏହି ଯୋଜନା ଭିତରେ ରାଜ୍ୟ ସଭାପତି ପରିବର୍ତ୍ତନ ଏବଂ ଘୋଷଣାରେ ବିଳମ୍ବ ଘଟୁଛି।ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ବିଜେପି ଆଶାନୁରୂପ ସଫଳତା ପାଉ ନଥିବା ଅନୁଭବ କରି ରାଜ୍ୟ ସଙ୍ଗଠନରେ ଏକ ଆମୂଳଚୂଳ ପରିବର୍ତ୍ତନ ଯୋଜନା ହୋଇଛି।ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ପରେ ରାଜ୍ୟ ସଭାପତି ପରିବର୍ତ୍ତନ ଯୋଜନା ରହିଛି।ଏବଂ ଏ ନେଇ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକଙ୍କ ଉପସ୍ଥିତିରେ ସଂଘ ଏବଂ ବିଜେପିର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।କିନ୍ତୁ ସଭାପତି ଘୋଷଣା ବିଳମ୍ବ ହେଉଛି।ପ୍ରତାପ ଷଢ଼ଙ୍ଗୀଙ୍କ ସପକ୍ଷରେ ସଂଘ ଏବଂ ତୃଣମୂଳ ସଙ୍ଗଠନ ରହୁଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ଭିତରେ ରହିଥିବା ରାଜ୍ୟ ବିଜେପିର ବଡ଼ ଗୋଷ୍ଠୀ ଯେ କୌଣସି ପରିସ୍ଥିତିରେ ପ୍ରତାପ ଷଢ଼ଙ୍ଗୀଙ୍କୁ ବିରୋଧ କରି ନିଜ ଡମି ସଭାପତି ଚାହୁଁଛନ୍ତି।ଏନେଇ ଗୁପ୍ତ ଭାବରେ ତିନି ଦିନ ହେଲା ଥାକ ଥାକ ହୋଇ ସେହି ଗୋଷ୍ଠୀର କିଛି ନେତା ଦିଲ୍ଲୀ ଯାଇ ମେଳି କରୁଛନ୍ତି।ଓଡ଼ିଶା ମନ୍ତ୍ରଣା ଯାଇ ଦିଲ୍ଲୀରେ ଚାଲିଛି।କଂଗ୍ରେସ ଏପରି ମନ୍ତ୍ରଣା କରି କରି ଆଜି ଯେପରି ପରିସ୍ଥିତି ବିଜେପିର ଏ ମନ୍ତ୍ରଣା ଭିତରେ ସଭାପତି ଘୋଷଣାରେ ବିଳମ୍ବ ପ୍ରକ୍ରିୟା ଯୋଗୁଁ ଯେ ନେଡ଼ି ଗୁଡ଼ କହୁଣୀକୁ ବୋହି ନଯାଉ।
       ପୂର୍ବତନ ସଙ୍ଗଠନ ସମ୍ପାଦକ ସାରଦା ଶତପଥୀ ମଧ୍ୟ ଦକ୍ଷ ଥିଲେ।କିନ୍ତୁ ସଭାପତି ବସନ୍ତ ପଣ୍ଡା ଧର୍ମେନ୍ଦ୍ରଙ୍କ କଣ୍ଟ୍ରୋଲରେ ରହିଲେ।ସଭାପତି ଏବଂ ସଙ୍ଗଠନ ସମ୍ପାଦକ ମଧ୍ୟରେ ତାଳ ମେଳ ରହିଲା ନାହିଁ।ଏବେ ନୂତନ ସଙ୍ଗଠନ ସମ୍ପାଦକ ଭାବରେ ମାନସ ମହାନ୍ତି ଦାୟିତ୍ୱ ନେଇଛନ୍ତି।ଯଦି ସଭାପତି ସଙ୍ଗଠନ ଅନୁଯାୟୀ ନରହୁନ୍ତି ଏବଂ ପୂର୍ବପରି ଜଣେ ଡମି ରୁହନ୍ତି ତେବେ ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଯିବ।

    Maximum 500 characters

    ରାଜନୀତି View all

    Find Us on Facebook