Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବୈଜୟନ୍ତଙ୍କ ଡେଣା କାଟୁଛନ୍ତି ନବୀନ

    Share on :
    Date: Apr 10, 2018    Views: 3233

    ଭୁବନେଶ୍ୱର : ଧିରେଧିରେ ବୈଜୟନ୍ତ ପଣ୍ଡାଙ୍କ ଡେଣା କାଟିବାରେ ଲାଗିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ  । ବହିଷ୍କାର ପୂର୍ବରୁ ବୈଜୟନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ନିଷ୍ପ୍ରଭ କରିଦେବା ପାଇଁ ରଣନୀତି କରାଯାଇଛି  । ଗୋଟିଏ ପଟେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପ୍ରତି ଥିବା ସମର୍ଥନକୁ ହ୍ରାସ କରିବା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଅପରପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟିରୁ ମଧ୍ୟ ବୈଜୟନ୍ତଙ୍କୁ ବିଦା କରାଯାଉଛି  ।

    ନିକଟରେ ବୈଜୟନ୍ତ ପଣ୍ଡାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଡ଼ିଂ କମିଟିରୁ ବାଦ୍ ଦିଆଯାଇଛି  । ଲୋକସଭାର ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ପୂର୍ବରୁ ଏନେଇ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ବିଜେଡ଼ିର ପ୍ରସ୍ତାବ ଉପରେ ବିଚାର କରି ବୈଜୟନ୍ତଙ୍କୁ ଷ୍ଟାଣ୍ଡିଂ କମିଟିରୁ ବାଦ୍ ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ବୈଜୟନ୍ତଙ୍କୁ ସମସ୍ତ କମିଟିରୁ ବାଦ୍ ଦେବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିଲା  । ଯେଉଁଥିପାଇଁ ସାଂସଦମାନଙ୍କୁ ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେବାକୁ ନିଦେ୍ର୍ଧଶ ଦିଆଯାଇଥିଲା  । ଯାହାଫଳରେ ବୈଜୟନ୍ତଙ୍କୁ ସମସ୍ତ କମିଟିରୁ ବାଦ୍ ଦିଆଯାଇପାରିବ  । ତେବେ ପରବର୍ତୀ ସମୟରେ ନବୀନ ନିଜ ନିଷ୍ପତି ବଦଳାଇବାକୁ ବାଧ୍ୟ ହୋଇଥିଲେ  ।

    ଅପରପକ୍ଷରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିରୋଧରେ ରୀତିମତ ଭାବେ ବିଦ୍ରୋହ ଜାରି ରହିଛି  । ବିଭିନ୍ନ ଛାମୁଆ ସଂଗଠନ ଓ ଆଗଧାଡ଼ିର ନେତାମାନେ ପାଳି କରି ବୈଜୟନ୍ତଙ୍କୁ ବିରୋଧ ଜାରି ରଖିଛନ୍ତି  । ଅପରପକ୍ଷରେ ନିଜ ପତିଆରା ଜାହିର କରିବା ପାଇଁ ବୈଜୟନ୍ତ ମଧ୍ୟ ସମସ୍ତ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି  । ଗୋଟିଏ ପଟେ ବୈଜୟନ୍ତ ୨୦୧୯ରେ କେନ୍ଦ୍ରାପଡ଼ାରୁ ବିଜେଡ଼ି ଟିକେଟରେ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି  । କିନ୍ତୁ ଏଯାବତ୍ ସେ ନିଜ କାର୍ଡ ଖୋଲିନଥିବାରୁ ତାଙ୍କ ସମର୍ଥକମାନଙ୍କ ମହଲରେ ଭାଳେଣି ପଡ଼ିଯାଇଛି  । କାହିଁକିନା ସେ ବିଜେପିକୁ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ  ।

    Maximum 500 characters

    ରାଜନୀତି View all

    Find Us on Facebook