Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ୧୫ରେ ବିଜେଡ଼ିର ମହାନଦୀ ମହାସମ୍ମିଳନୀ

    Share on :
    Date: Apr 9, 2018    Views: 381

    ଭୁବନେଶ୍ୱର : ଆସନ୍ତା ୧୫ରେ ବିଜୁ ଜନତା ଦଳ ପକ୍ଷରୁ ମହାନଦୀ ଜଳପ୍ରସଙ୍ଗକୁ ନେଇ ମହାସମ୍ମିଳନୀର ଆୟୋଜନ କରାଯିବ  । ଏହି ଅବସରରେ ୧୫ ଜିଲ୍ଲାର ଲୋକ ପ୍ରତିନିଧି ଯୋଗ ଦେବେ  । ଛତିଶଗଡ଼ର ଉପରମୁଣ୍ଡରେ ହୋଇଥିବା ବ୍ୟାରେଜ୍ ଯୋଗୁଁ ମହାନଦୀର ଜଳ ପ୍ରବାହ ଗୁରୁତର ଭାବେ ପ୍ରବାହିତ ହୋଇଛି  । ଏପରିକି କେତେକ ଶାଖା ନଦୀ ଶୁଖିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ବୋଲି ବିଜେଡ଼ି ବିଧାୟକ ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି  ।

    ଅପ୍ରେଲ ୧୫ରେ ୧୫ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ, ବ୍ଲକ ଓ ପୌର ଅଧ୍ୟକ୍ଷଙ୍କ ଠାରୁ ନେଇ ସମସ୍ତ ଜନ ପ୍ରତିନିଧି, ମହିଳା, ଯୁବ ଓ ଛାତ୍ର ସଂଗଠନର ନେତା ମଧ୍ୟ ଯୋଗଦେବେ  । ସମ୍ମିଳନୀରେ  ମହାନଦୀ ପ୍ରସଙ୍ଗରେ ଦଳ ପକ୍ଷରୁ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଂଜୟ କହିଛନ୍ତି  ।  

    ଅପରପକ୍ଷରେ ଏନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି  । ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ବିଜେଡ଼ି ସୁଆଙ୍ଗ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook