Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଧବା ଜନ୍ମ କଲେ ଶିଶୁପୁତ୍ର, ଅଭିଯୁକ୍ତ ଗିରଫ

    Share on :
    Date: Apr 9, 2018    Views: 867

    ଗଞ୍ଜାମରୁ ଲମ୍ବୋଦର ଅଧିକାରୀ : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା  । ୨ ବର୍ଷ ପୂର୍ବରୁ ସ୍ୱାମୀ ମରିଯାଇଥିବାବେଳେ ବିଧବା ଜଣକ ଜନ୍ମ କରିଛନ୍ତି ଏକ ଶିଶୁ ପୁତ୍ର  । ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ।

    ମିଳିଥିବା ସୂଚନାନୁଯାୟୀ, ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଂଚାୟତ ଅନ୍ତର୍ଗତ ମୂଳିଆପଲ୍ଲୀ ଗ୍ରାମର ମୀତା ସ୍ୱାଇଁ (ଛଦ୍ମନାମ)ଙ୍କ ସ୍ୱାମୀ ଶିବ ସ୍ୱାଇଁ ୨ ବର୍ଷ ପୂର୍ବେ ମୃତୁ୍ୟବରଣ କରିଥିଲେ  । ଫଳରେ ସ୍ତ୍ରୀ ମୀତା ଏକାକୀ ରହୁଥିଲେ  । ତେବେ ସେହି ଗ୍ରାମର ମୁନା ପୋଲେଇଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  । ବିବାହର ପ୍ରତିଶ୍ରୁତି ଦେଇ ମୁନା ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିôଥବା ଅଭିଯୋଗରେ ମିତା ସୋରଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ  । ତେବେ ଅଭିଯୋଗ ଦେବାର କିଛି ସମୟ ପରେ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା  । ତେବେ ୧୦୨ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଯିବା ସମୟରେ ସେ ରାସ୍ତାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ  । ÷ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୪୨/୧୮ରେ ମାମଲା ରୁଜୁ କରାଯିବା ସହ ଉକ୍ତ ଗ୍ରାମର ମୁନା ପୋଲେଇକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଫିସର ତଥା ସୋରଡ଼ା ଆଇଆଇସି ପ୍ରଭାତ ସାହୁ ପ୍ରକାଶ କରିଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook